ଲକ୍ଷ୍ନୌ: ଭାରତର ତାରକା ବ୍ୟାଟର ବିରାଟ କୋହଲି ଓ ପୂର୍ବତନ ପ୍ରାରମ୍ଭିକ ବ୍ୟାଟର ତଥା ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପୁଣି ଥରେ ଝଗଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମ୍ୟାଚ୍‌ ଶେଷ ହେବା ପରେ ବିରାଟ ଓ ଗୌତମଙ୍କ କଳି ଆରମ୍ଭ ହୋଇଯାଇଥିଲା । ତେବେ ଏହା ପ୍ରଥମ ଘଟଣା ନୁ‌ହେଁ, ଏହା ପୂର୍ବରୁ ବି ପଡ଼ିଆରେ ଦୁହିଁଙ୍କ କଳି ଦେଖିବାକୁ ମିଳିଛି।।

Advertisment

ଇତିମଧ୍ୟରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବିରାଟ କୋହଲି  ନବୀନ ଉଲ ହକଙ୍କୁ ନିଜର ଜୋତା ଦେଖାଇ କିଛି କହୁଥିବା ଦେଖିବାକୁ ମିଳୁଛି। ତେବେ କୋହଲି ନବୀନ ଉଲ ହକଙ୍କୁ  ଜୋତା କାହିଁକି ଦେଖାଇଛନ୍ତି। ତାହା ରିପୋର୍ଟ ଲେଖା‌ ହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା।

ସୋସିଆଲ ମିଡିଆ ବ୍ୟବହାରକାରୀ କୋହଲିଙ୍କ ଏଭଳି ବ୍ୟବହାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏଥିସହିତ ବିରାଟଙ୍କ ଏଭଳି ସ୍ବଭାବ ଆଦୌ ଗ୍ରହଣୀୟ ନୁହେଁ ବୋଲି କିଛି ଖେଳପ୍ରେମୀ ପ୍ରତିକ୍ରିୟା ଦେଇ ନିନ୍ଦା କରିଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କୋହଲି ଗୋଡ଼ ଉଠାଇ ନିଜ ଜୋତାରୁ କିଛି ବାହାର କରି ଫିଙ୍ଗୁଛନ୍ତି। ଏହି ସମୟରେ ସେ ନବୀନ ହକଙ୍କୁ ଦେଖି କିଛି ଇଙ୍ଗିତ କରୁଛନ୍ତି। ଏହାକୁ ଦେଖି ନବୀନ ବି ରାଗି ଯାଉଛନ୍ତି।