ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଅଷ୍ଟ୍ରେଲିଆଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚରେ ବିରାଟ ବିଶେଷ କିଛି ପ୍ରଦର୍ଶନ କରିପାରି ନଥିଲେ। ସମ୍ପ୍ରତି କୋହଲିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି।

Advertisment

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିରାଟ ଖୁବ୍ ଶୀଘ୍ର ତାଙ୍କ ପରିବାର ସହିତ ଲଣ୍ଡନ ପଳାଇଯିବେ। କୋହଲି ଭାରତ ଛାଡିବାକୁ ଯୋଜନା କରୁଥିବା ନେଇ କ୍ରିକେଟରଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମାଙ୍କ ନିଶ୍ଚିତ କରି କହିଛନ୍ତି। 

ଅଧିକପଢ଼ନ୍ତୁ:ବିମାନବନ୍ଦରରେ ପହଞ୍ଚିବା ପରେ ମହିଳା ସାମ୍ବାଦିକାଙ୍କ ଉପରେ ରାଗିଗଲେ ବିରାଟ

କୋହଲି ଏବଂ ଅନୁଷ୍କା ଭାରତ ଛାଡ଼ି ଲଣ୍ଡନ ସ୍ଥାନାନ୍ତର ହେବାଖବର ଅନେକଦିନ ହେବ ଚର୍ଚ୍ଚାରେ ରହି ଆସିଛି। କିନ୍ତୁ ଏ ସମ୍ପର୍କରେ କୌଣସି ଅଧିକାରିକ ସୂଚନା ପ୍ରକାଶ ପାଇନାହିଁ। କିନ୍ତୁ ପ୍ରଥମ ଥର ପାଇଁ କୋହଲିଙ୍କ ଭାରତ ଛାଡ଼ିବା ପ୍ରସଙ୍ଗ ଉପରେ କୋଚ ରାଜକୁମାର ଶର୍ମା ପ୍ରତିକ୍ରିୟା ଦେଇଛନ୍ତି। 

ନିକଟରେ ଏକ ସାକ୍ଷାତକାର କୋଚ ରାଜକୁମାର ଶର୍ମା କହିଛନ୍ତି,‘ ଯେ ବିରାଟ ତାଙ୍କ ୨ ପିଲା ଏବଂ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଲଣ୍ଡନ ଯିବାକୁ ଯୋଜନା କରୁଛନ୍ତି।

ବିରାଟ କୋହଲିଙ୍କର ଦିଲ୍ଲୀ ଓ ମୁମ୍ବାଇରେ  ଘର ଅଛି।  ସେ ମୁମ୍ବାଇରେ ଏକ ଆପାର୍ଟମେଣ୍ଟ ବି କିଣିଛନ୍ତି। ଏଥିସହିତ ବିରାଟ ଆଲିବାଗରେ ଏକ ବଙ୍ଗଳା କିଣିଛନ୍ତି। ଛୁଟି କାଟିବା ପାଇଁ ବିରାଟ ଏହି ବଙ୍ଗଳା କିଣିଥିବା ସୂଚନା ମିଳିଥିଲା। କୋହଲିଙ୍କ ସବୁଠାରୁ ମହଙ୍ଗା ବଙ୍ଗଳା ଗୁରୁଗ୍ରାମରେ ଅଛି। ଯାହାର ଅନୁମାନିକ ମୂଲ୍ୟ ୮୦କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଅଧିକପଢ଼ନ୍ତୁ:କଟା ନାକକୁ ବ୍ୟାଗରେ ପୁରାଇ ହସ୍ପିଟାଲରେ ପହଞ୍ଚିଲେ ମହିଳା

ଗୁରୁବାର ବିରାଟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ମେଲବର୍ନରେ ଖେଳାଯିବାର ଥିବା ହେତୁ ଭାରତୀୟ ଟିମ ଗୁରୁବାର ମେଲବର୍ନ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟ‌ରେ ବିରାଟ କୋହଲି ବି ତାଙ୍କ ପରିବାର ସହିତ ବିମାନବନ୍ଦରରେ ପହଞ୍ଚିଥିଲେ। ଗଣମାଧ୍ୟମ ତାଙ୍କ ପରିବାର ସଦସ୍ୟଙ୍କ ଫଟୋ ଉଠାଇବା ସହିତ ଭିଡିଓ କରୁଥିଲେ। ଯାହାକୁ ବିରାଟ ବାରଣ କରିଥିଲେ।

ବିରାଟଙ୍କ ବାରଣ ସତ୍ତ୍ବେ ବିମାନବନ୍ଦରେ ଜଣେ ମହିଳା ସାମ୍ବାଦିକାଙ୍କ ଫଟୋ ଓ ଭିଡିଓ କରିବା ଜାରି ରଖିଥିଲେ। ଏହାକୁ ନେଇ  ବିରାଟ କୋହଲି ଓ ଉକ୍ତ ମହିଳା ସାମ୍ବାଦିକାଙ୍କ ମଧ୍ୟରେ କଥାକଟାକଟି ‌ହୋଇଥିଲା। ବିରାଟ ଓ ମହିଳା ସାମ୍ବାଦିକଙ୍କ ମଧ୍ୟରେ କଥାକଟାକଟି ହେବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି।