ଫୋର୍ବସ ବ୍ରାଣ୍ଡ ଭ୍ୟାଲୁ ତାଲିକାରେ ସାମିଲ ହେଲେ କୋହଲି, ମେସିଙ୍କୁ ଟପିଲେ

ନୂଆଦିଲ୍ଳୀ: ଫୁଟବଲ୍‌ ତାରକା ଲିଓନ୍‌ ମେସିଙ୍କୁ କ୍ରିକେଟ ତାରକା ବିରାଟ କୋହଲି ଟପିଛନ୍ତି। ଫୋର୍ବସ ଫ୍ୟାବ୍‌ ୪୦ ତାଲିକାର ଅନୁସାରେ ଟିମ୍‌ ଇଣ୍ଡିଆ(କ୍ରିକେଟ)ର ଅଧିନାୟକ ବିରାଟ କୋହଲି ଫୁଟବଲ ତାରକା ଲିଓନ୍‌ ମେସିଙ୍କୁ ପଛରେ ପକାଇଛନ୍ତି। ସେହିଭଳି ଗଲ୍ଫର ରୋରି ମ୍ୟାକଲୋରି ଓ ସୁଟର ଷ୍ଟିଫେନ୍‌ କ୍ୟୁରୀଙ୍କୁ ମଧ୍ୟ କୋହଲିି ଟପିଛନ୍ତି।

ଫୋର୍ବସ ଆକଳନ ଅନୁସାର ବିରାଟ କୋହଲିଙ୍କ ବ୍ରାଣ୍ଡ ଭ୍ୟାଲୁ ୧୪.୫ମିଲିୟନ ଡଲାର ହୋଇଥିବା ବେଳେ ଲିଓନ୍‌ ମେସିଙ୍କ ବ୍ରାଣ୍ଡ ଭ୍ୟାଲୁ ହେଉଛି ୧୩.୫ ମିିଲିୟନ ଡଲାର। ଶୀର୍ଷ ୧୦ ତାଲିକାରେ କୋହଲିଙ୍କ ୭ମ ଥିବା ବେଳେ ମେସି ୯ମ ସ୍ଥାନରେ ଅଛନ୍ତି।

ଟେନିସ ତାରକା ରୋଜର ଫେଡେରର ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି। ଫେଡେରରଙ୍କ ବ୍ରାଣ୍ଡ ଭ୍ୟାଲୁ ହେଉଛି ୩୭.୨ମିଲିୟନ ଡଲାର। ୨୦୧୬ ତୁଳନାରେ ଏହା ହେଉଛି ୩.୩ ପ୍ରତିଶତ ଅଧିକ। ଫେଡେରରଙ୍କ ପଛକୁ କ୍ଲେଭଲାଣ୍ଡ କେଭଲେରି ଲିବର୍ଣ୍ଣ ଜେମ୍ସ(୩୩.୪ମିଲିୟନ ଡଲାର), ଯିଏ କି ଗତ ବର୍ଷ ତୁଳନାରେ ୧.୮ ପ୍ରତିଶତ ତଳକୁ ଖସିଛନ୍ତି।

ଅବସର ନେଇଥିବା ଓସାଇନ ବୋଲ୍‌ଟଙ୍କ ବ୍ରାଣ୍ଡ ଭ୍ୟାଲୁ ହେଉଛି ୨୭ ମିଲିୟନ ଡଲାର। ତାଙ୍କ ତଳକୁ ରହିଛନ୍ତି ଖ୍ରୀଷ୍ଟିଆନା ରୋନାଲଡୋ(୨୧.୫ମିଲିୟନ ଡଲାର)। ସେହିଭଳି ଫିଲ ମିକେଲସନ୍‌ଙ୍କ ବ୍ରାଣ୍ଡ ଭ୍ୟାଲୁ ହେଉଛି ୧୯.୬ ମିିଲିୟନ ଡଲାର। କୋହଲି ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର