ଆଇପିଏଲ୍‌ ଇତିହାସରେ ବିରାଟ କୋହଲିଙ୍କ ପତନ ପଥ

କଟକ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଚଳିତ ଆଇପିଏଲ୍‌ରେ ଖରାପ ସମୟ ଦେଇ ଗତି କରୁଛନ୍ତି। ଲଗାତାର ଭାବେ ବିଫଳ ହୋଇଆସୁଥିବାରୁ ଉଭୟ ପ୍ରଶ˚ସକଙ୍କୁ ନିରାଶ କରୁଥିଲା ବେଳେ ସାମାଜିକ ଗଣମାଧ୍ୟମରେ ଦୁଇ କ୍ରିକେଟରଙ୍କୁ ଏବେ ସମାଲୋଚନା କରାଯାଉଛି। ଚଳିତ ବର୍ଷ ଶେଷ ଆଡ଼କୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ହେବାକୁଥିବାରୁ ଜାତୀୟ ଦଳରେ ସ୍ଥାନ ପକ୍କା ପାଇଁ ଆଇପିଏଲ୍‌ର ପ୍ରଦର୍ଶନକୁ ବିଚାରକୁ ନିଆଯିବ। ହେଲେ ଗତ ୮ଟି ମ୍ୟାଚ୍‌ର ପ୍ରଦର୍ଶନକୁ ଦେଖିଲେ ବିରାଟ ଓ ରୋହିତଙ୍କ ନାମକୁ ନେଇ ଚୟନକର୍ତ୍ତାମାନେ ଚିନ୍ତାରେ ପଡ଼ିଲେଣି। ତଥାପି ଆଗକୁ ଆହୁରି ମ୍ୟାଚ୍‌ ଥିବାରୁ ଉଭୟ ପୂର୍ବ ଲୟକୁ ଫେରିବେ ବୋଲି ଆଶା କରାଯାଉଛି।

ଆଇପିଏଲ୍‌ରେ ଏହି ଦୁଇ ଖେଳାଳିଙ୍କ ଅନେକ କୀର୍ତ୍ତିମାନ ରହିଛି। ଏହି ପ୍ରତିଯୋଗିତାରେ କୋହଲି ୬୪୦୨ ରନ୍‌ ସ˚ଗ୍ରହ କରି ସର୍ବାଧିକ ରନ୍‌ ସ˚ଗ୍ରହକାରୀ ହୋଇପାରିଛନ୍ତି। ରୋହିତ ୫୭୬୪ ରନ୍‌ ସହ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଚଳିତ ସ˚ସ୍କରଣରେ କୋହଲି ୯ ମ୍ୟାଚରୁ ମାତ୍ର ୧୨୮ ରନ୍‌ ସ˚ଗ୍ରହ କରିଥିଲା ବେଳେ ରୋହିତ ୮ ମ୍ୟାଚରୁ ୧୫୩ ରନ୍‌ କରିପାରିଛନ୍ତି। କେହି ଜଣେ ବି ଅର୍ଧଶତକ ଅର୍ଜନ କରିପାରିନାହାନ୍ତି। ପ୍ରତି ସ˚ସ୍କରଣରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହୁଥିବା ଏହି ଦୁଇ ଖେଳାଳି ଏଥର ପ୍ରତିଯୋଗିତାର ଅଧାରୁ ଅଧିକ ସମୟ ସୁଦ୍ଧା କୋହଲି ୪୩ ଓ ରୋହିତ ୩୦ତମ ସ୍ଥାନରେ ରହି ନିରାଶ କରିଛନ୍ତି। ୨୦୧୯ ଦିନିକିଆ ବିଶ୍ବକପ୍‌ରେ ୫ ଶତକ ଅର୍ଜନ କରିବା ପରେ ରୋହିତ ତାଙ୍କ ଖେଳଜୀବନର ଶୀର୍ଷ ସ୍ଥାନରେ ପହଞ୍ଚିପାରିଥିଲେ। ଏପରିକି ଟେଷ୍ଟ ମ୍ୟାଚ୍‌ରେ ବି ତାଙ୍କ ବ୍ୟାଟରୁ ବଡ଼ ସଟ୍‌ ଦେଖିବାକୁ ମିଳୁଥିଲା। ଇ˚ଲଣ୍ତ ବିପକ୍ଷରେ ଶତକ ମାରିବା ପରେ ଵିସ୍‌ଡେନ୍‌ର ବର୍ଷର ଶ୍ରେଷ୍ଠ ୫ କ୍ରିକେଟରଙ୍କ ମଧ୍ୟରେ ସେ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ କୋହଲିଙ୍କ ନେତୃତ୍ବରେ ଯଦିଓ ଆର‌୍‌ସିବି ଟ୍ରଫି ହାସଲ କରିପାରିନାହିଁ, କିନ୍ତୁ ଏଥିପାଇଁ ତାଙ୍କୁ ଦାୟୀ କରାଯାଇପାରିବନି। ବ୍ୟକ୍ତିଗତ ପ୍ରଦର୍ଶନରେ କୋହଲି ଆଗରେ ଥିଲେ ବି ଦଳଗତ ପ୍ରଦର୍ଶନ ଯୋଗୁଁ ଆର‌୍‌ସିବି ଆଇପିଏଲ୍‌ ଟ୍ରଫିଠୁ ଦୂରରେ ରହିଯାଇଛି। ୨୦୧୬ ସ˚ସ୍କରଣରେ ସେ ୪ଟି ଶତକ ଅର୍ଜନ କରି ପ୍ରତିଯୋଗିତାରେ ନୂଆ କୀର୍ତ୍ତିମାନ ଯୋଡ଼ିଥିଲେ। ହେଲେ ଗତ କିଛି ବର୍ଷ ହେବ କୋହଲି ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି। ବିଶ୍ବ ଟେଷ୍ଟ ପ୍ରତିଯୋଗିତା ଓ ଟି-୨୦ ବିଶ୍ବକପ୍‌ ଅଳ୍ପକେ ହାତଛଡ଼ା କରିବା ଯୋଗୁଁ ଶେଷରେ ବାଧ୍ୟ ହୋଇ ଦଳର ନେତୃତ୍ବରୁ ଓହରିଯାଇଥିଲେ। ଟି-୨୦ ଦଳର ନେତୃତ୍ବ ଛାଡ଼ିବା ପରେ ବିବାଦୀୟ ପରିସ୍ଥିତିରେ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ହରାଇଥିଲେ। ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପରେ ଅଚାନକ୍‌ ଅଧିନାୟକ ପଦରୁ କୋହଲି ହଟିଯାଇଥିଲେ। ଏଥର ଆର‌୍‌ସିବିର ଅଧିନାୟକ ହେବାକୁ ସେ ମନା କରିବାରୁ ଫାଫ୍‌ ଡୁପ୍ଲେସିସ୍‌ଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଭାରତରେ େଵଷ୍ଟଇଣ୍ତିଜ ଓ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ମଧ୍ୟ କୋହଲି ନିରାଶ କରିଥିଲେ। ତେଣୁ ଆଇପିଏଲ୍‌ରେ ତାଙ୍କ ବ୍ୟାଟ ପୁଣି ଥରେ କଥା କହିବ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ତାହା ମଧ୍ୟ ହେଲା ନାହିଁ।

ଯଦିଓ କୋହଲିଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନ ଉଠୁଛି, ତଥାପି ଚଳିତ ସ˚ସ୍କରଣର ଶୀର୍ଷ ୫ ଦଳମାନଙ୍କ ମଧ୍ୟରେ ଆର‌୍‌ସିବି ରହି ଚାଲିଛି। ଯଦି ଦଳଗତ ଭାବେ ଏଭଳି ପ୍ରଦର୍ଶନ ଜାରି ରୁହେ ତାହେଲେ ଆର‌୍‌ସିବି ତାହାର ପ୍ରଥମ ଆଇପିଏଲ୍‌ ଟ୍ରଫି ପାଇବା ବେଶି ଦୂର ହେବ ନାହିଁ। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ତିଆନ୍ସ ୮ରୁ ୮ ପରାଜୟ ପରେ ପ୍ଲେ ଅଫ୍‌ ଦୌଡ଼ରୁ ପ୍ରାୟତଃ ବାଦ୍‌ ପଡ଼ିସାରିଛି। କିନ୍ତୁ ଦଳର ସମ୍ମାନ ପାଇଁ ଓ ବ୍ୟକ୍ତିଗତ ସ୍ତରରେ ଉନ୍ନତି ଆଣିବାକୁ ରୋହିତଙ୍କୁ ନିଜ ଲୟକୁ ଫେରିବା ଅଧିକ ଗୁରୁତ୍ବପୂର୍ଣ୍ଣ ରହିବ। ମୋଟାମୋଟି ଭାବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଉଭୟ ଖେଳାଳିଙ୍କୁ ପ୍ରସ୍ତୁତ ହେବା ପାଇଁ ଏହା ଏକ ଉତ୍ତମ ସୁଯୋଗ ହୋଇପାରିବ। ତେଣୁ ନିକଟ ଭବିଷ୍ୟତରେ ଏହି ଦୁଇ ଖେଳାଳି ପୁଣି ଥରେ ଭଲ କ୍ରିକେଟ ଖେଳି ସମାଲୋଚକଙ୍କ ମୁହଁ ଚୁପ୍‌ କରିବେ ବୋଲି ଆଶା କରାଯାଇପାରେ।

ମୁମ୍ବାଇ: ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଇପିଏଲ୍‌ ଇତିହାସରେ ଏହି ପୂର୍ବତନ ଭାରତୀୟ ଅଧିନାୟକ ଏବେ ବି ସର୍ବାଧିକ (୬,୪୦୨) ଅଗ୍ରଣୀ ରନ୍‌ ସଂଗ୍ରହକାରୀ ଅଛନ୍ତି। ୨୧୫ ମ୍ୟାଚ୍‌ରୁ (ମଙ୍ଗଳବାରର ରାଜସ୍ଥାନ ରୟାଲ୍‌ସ ମୁକାବିଲା ପୂର୍ବରୁ) ୩୬.୫୮ ହାର ଓ ୧୩୦ ଷ୍ଟ୍ରାଇକ୍ ରେଟରେ ଖେଳିଛନ୍ତି। କିନ୍ତୁ ଚଳିତ ସଂସ୍କରଣରେ କୋହଲି ୯ ମ୍ୟାଚ୍‌ରୁ ୧୪ ହାରରେ ମାତ୍ର ୧୨୮ ରନ୍‌ ସଂଗ୍ରହ କରି ସବୁଠୁ ଅଧିକ ନିରାଶ କରିଛନ୍ତି। ‘ଖେଳାଳିଙ୍କ ଫର୍ମ ଅସ୍ଥାୟୀ, ଉଚ୍ଚଶ୍ରେଣୀଭୁକ୍ତ କିନ୍ତୁ ସ୍ଥାୟୀ’ କଥା ରହିଥିଲେ ମଧ୍ୟ କୋହଲି ଖରାପ ଫର୍ମରୁ ବାହାରିପାରୁନଥିବାରୁ ତାଙ୍କ ପ୍ରଶଂସକଙ୍କଠାରୁ ପ୍ରାୟୋଜକ ସମସ୍ତେ ଚିନ୍ତିତ। ୨୦୧୬ ମସିହା ପରଠାରୁ ଦେଖିଲେ ବିରାଟ କୋହଲିଙ୍କ ଆଇପିଏଲ୍‌ ପ୍ରଦର୍ଶନ ଅସ୍ଥିର ରହିଆସିଛି।

 

ସେହିବର୍ଷ କୋହଲି ୧୬ ମ୍ୟାଚ୍‌ରୁ ୯୭୩ ରନ୍‌ ସଂଗ୍ରହ କରିବା ସହ ରେକର୍ଡ ସର୍ବାଧିକ ୪ ଶତକ ମାରିଥିଲେ। ଆର୍‌ସିବି ମଧ୍ୟ ପ୍ଲେ ଅଫ୍‌ ଖେଳି ଫାଇନାଲ୍‌ରେ ମାତ୍ର ୮ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ହାରିଥିଲା। କୋହଲିଙ୍କ ପାଇଁ ଏହା ପୂର୍ବରୁ ଶ୍ରେଷ୍ଠ ଋତୁ ଥିଲା ୨୦୧୩, ଯେଉଁଥର ସେ ୬୩୪ ରନ୍‌ ସଂଗ୍ରହ କରିଥିଲେ। ଏବେ କିନ୍ତୁ କୋହଲି ବିଗତ ୧୪ ପାଳି ଧରି ଅର୍ଦ୍ଧଶତକବିହୀନ ରହିଛନ୍ତି। ଶେଷ ଥର ପାଇଁ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦୁବାଇରେ ଗତବର୍ଷ ସେପ୍ଟେମ୍ବର ୨୬ରେ ୫୧ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର