ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ବ୍ୟାଟିଂ କରି ଲୋକଙ୍କ ହୃଦୟ ଜିତିଥିବା ଭାରତୀୟ କ୍ରିକେଟର ବିରାଟ କୋହଲି ଦାମୀ କାରକୁ ବହୁତ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି କ୍ରିକେଟ୍ ଦୁନିଆକୁ ଆସିବା ପରେ ତାଙ୍କର ପ୍ରଥମ କାର କ’ଣ ଥିଲା? କେବଳ ଏତିକି ନୁହେଁ, ତାଙ୍କର ପ୍ରଥମ କାର୍ ଭାବରେ ବିରାଟ କାହିଁକି ଏକ ଏସୟୁଭି ବାଛିଥିଲେ? ତାହା ଜଣାଇଛନ୍ତି କ୍ରିକେଟର।
ଷ୍ଟାର ସ୍ପୋର୍ଟସକୁ ସାକ୍ଷାତକାର ଦେଇ ବିରାଟ କହିଛନ୍ତି, ପ୍ରଥମେ ମୋତେ ସ୍ପୋର୍ଟସ କାର୍ ପସନ୍ଦ ଥିଲା। ବଜାରକୁ ନୂଆ ସ୍ପୋର୍ଟସ କାର୍ ଆସିଲେ ମୁଁ ତାକୁ କିଣିବାକୁ ଚାହୁଁଥିଲି। ହେଲେ ସମୟ ସହ ମୋର ପ୍ରଥମିକତା ଓ ଇଚ୍ଛା ଉଭୟ ବଦଳିଥିଲା। ସ୍ପୋର୍ଟସ କାର୍ ପରିବେର୍ତ୍ତ ମୁଁ ଏସୟୁଭି କିଣିବାକୁ ଇଚ୍ଛା କରୁଛି, ଯେଉଁଥିରେ ମୋ ପରିବାର ସହ ଯାତ୍ରା କରିବା ପାଇଁ ଅଧିକ ସ୍ଥାନ ଥିବ।
/sambad/media/post_attachments/5dde8bbdee63e62cf875d8b19bd7975b22671d50a545fa6f2e5249a02a3a9444.jpg)
ଏ ସମୟରେ ବିରାଟଙ୍କୁ ତାଙ୍କ ପ୍ରଥମ କାର୍ ବିଷୟରେ ପଚରାଯିବାରୁ ବିରାଟ କହିଥିଲେ, ମୁଁ ନିଜେ କିଣିଥିବା ପ୍ରଥମ କାର ଥିଲା ଟାଟା ସଫାରି। ସେତେବେଳେ ଟାଟା ସଫାରି ଏଭଳି ଏକ କାର୍ ଥିଲା, ଯାହାକୁ ନେଇ ରାସ୍ତାକୁ ବାହାରିଲେ ଲୋକେ ଆପେ ଆପେ ପାଖେଇ ଯାଉଥିଲେ। ଏହି କାରଣୁ ମୁଁ ସଫାରି କିଣିଥିଲି। ସେ ସମୟରେ ଏହା ସମସ୍ତଙ୍କର ପସନ୍ଦ ଥିଲା।