ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ତଳେ ଦ୍ବିତୀୟ ଥର ବାପା ହୋଇଥିଲେ। ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ପୁଅର ନାମ ବିରୁଷ୍କା, ଅକାୟ ରଖିଥିବା ସାମ୍ନାକୁ ଆସିଥିଲା। ପୁଅର ନାମ ଘୋଷଣା କରିବା ପରେ ଏବେ ବିରାଟ ନିଜର ଏକ ଫଟୋକୁ ନେଇ ଚର୍ଚ୍ଚାରେ ଅଛନ୍ତି।

Advertisment

ଅନୁଷ୍କାଙ୍କର ଲଣ୍ଡନରେ ପ୍ରସବ ହୋଇଥିବା ବେଳେ ଏବେ ପୂରା ପରିବାର ସେଠାରେ ଅଛନ୍ତି। ବିରାଟ ନିଜ ପରିବାର ସହ ସମୟ ବିତାଇବା ପାଇଁ ମାସେ ହେଲାଣି କ୍ରିକେଟଠାରୁ ଦୂରରେ ରହିଛନ୍ତି। ପରିବାରକୁ ସମୟ ଦେଉଥିବା ବିରାଟ ଏ‌ବେ ଝିଅ ଭାମିକା କୋହଲୀଙ୍କ ସହ ଖାଇବା ପାଇଁ ରେସ୍ତୋରାଁ ଯାଇଥିବା ଦେଖାଯାଇଛି।

ଏକ୍ସରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ବିରାଟ ଓ ଭାମିକା ରେସ୍ତୋରାଁର ଚେୟାରରେ ବସିଥିବା ଦେଖିବାକୁ ମିଳିଛି। ହେଲେ ଦୁହିଁଙ୍କ ସହ ଅନୁଷ୍କା ନଜର ଆସୁନଥିବା ଦେଖାଯାଇଛି।

ଉଲ୍ଲେଖଯୋଗ୍ୟ, ୧୫ ଫେବ୍ରୁଆରିରେ ବିରାଟ ଓ ଅନୁଷ୍କା ଅକାୟଙ୍କ ମାତାପିତା ହୋଇଥିଲେ । ଲଣ୍ଡନରେ ଅନୁଷ୍କାଙ୍କ ପ୍ରସବ ହୋଇଥିବା ବେଳେ ପ୍ରସବର ୫ଦିନ ପରେ ପ୍ରଶଂସକଙ୍କୁ ପୋଷ୍ଟ କରି ଖୁସି ଖବର ଦେଇଥିଲେ ବିରାଟ । ଦୀର୍ଘ ଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଖବର ଉପରେ ନିରବ ଥିଲେ। ସେହିପରି ବିରାଟ କୋହଲି ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ ।