ବିରାଟ କୋହଲିଙ୍କୁ ବୋଲିଂ କରିବିନି: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍‌ ସେନ୍‌ ଓ୍ଵାର୍ଣ୍ଣ

ନୂଆଦିଲ୍ଲୀ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଠାରୁ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ପ୍ରଭାବଶାଳୀ କି ନୁହେଁ ଏବାବଦରେ ରାଜସ୍ଥାନ ରୟାଲସ୍‌ର ବ୍ରାଣ୍ଡ ଆମ୍ବାସାଡର ସେନ୍‌ ଓ୍ଵାର୍ଣ୍ଣ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଓ୍ଵାର୍ଣ୍ଣ କହିଛନ୍ତି କୋହଲି ଓ ତେନ୍ଦୁଲକରଙ୍କ ସମ୍ମୁଖରେ ବୋଲିଂ କରିବାକୁ ଚାହିଁବେ ନାହିଁ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ନେଇ ରାଜସ୍ଥାନ ଟିମ୍‌ର ପ୍ରସ୍ତୁତି ଜାରି ରଖିଥିବା ବେଳେ ଓ୍ଵାର୍ଣ୍ଣ କହିଛନ୍ତି, ଭିଭିଆନ୍‌ ରିଚାର୍ଡ ସର୍ବଶ୍ରେଷ୍ଠ ଦିନିକିଆ ବ୍ୟାଟସ୍‌ମ୍ୟାନ ଥିଲେ ଏବଂ କୋହଲିଙ୍କ ବାବଦରେ ସେ ଏବେ କହିପାରିବେ ନାହିଁ ବୋଲି କହିଛନ୍ତି। କୋହଲିଙ୍କ କ୍ୟାରିୟର ଏବେ ଜାରି ରହିଛି। ତେଣୁ ତାଙ୍କ ବାବଦରେ କହିବା ଠିକ୍‌ ହେବ ନାହିଁ। ଓ୍ଵାର୍ଣ୍ଣ କହିଛନ୍ତି, ୯୦ ଦଶକର ମଧ୍ୟ ଭାଗରେ ସଚିନ ତେନ୍ଦୁଲକର ଏବଂ ବ୍ରାୟନ ଲାରାଙ୍କ ପ୍ରଦର୍ଶନ ସର୍ବଶ୍ରେଷ୍ଠ ଥିଲା। ପରେ କମ ହୋଇ ଯାଇଥିଲା। ମାତ୍ର ୧୯୯୪-୯୫ ଠାରୁ ୪-୫ ବର୍ଷ ଯାଏଁ ଉଭୟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା।

ଓ୍ଵାର୍ଣ୍ଣ କହିଛନ୍ତି, ବିରାଟ ଏବଂ ସଚିନ ସଂପୂର୍ଣ୍ଣ ଭାବରେ ଭିନ୍ନ ଧରଣର ଖେଳାଳି। ମାତ୍ର ଉଭୟ ମହାନ୍‌ ଅଟନ୍ତି। ଉଭୟଙ୍କ ସମ୍ମୁଖରେ ବୋଲିଂ କରିବାକୁ ଚାହିଁବି ନାହିଁ ବୋଲି ଓ୍ଵାର୍ଣ୍ଣ କହିଛନ୍ତି। ମୋ ପାଇଁ ସମସ୍ତେ ଜାଣନ୍ତି ଯେ, ବ୍ରାଡମ୍ୟାନ୍‌ ସବୁଠାରୁ ଭଲ ବ୍ୟାଟସ୍‌ମ୍ୟାନ୍‌ ଥିଲେ। ତାଙ୍କ ପରେ ଭିଭିଆନ୍‌ ରିଚାର୍ଡ ଭଲ ଖେଳାଳି ଥିଲେ। ଏହା ପରେ ମୁଁ କୋହଲିଙ୍କ ବ୍ୟାଟିଂକୁ ପସନ୍ଦ କରିଥାଏ ବୋଲି ଓ୍ଵାର୍ଣ୍ଣ କହିଛନ୍ତି। କାରଣ ବିରାଟ କୋହଲି ରେକର୍ଡ ପାଇଁ ପାଗଳ ହୋଇ ଯାଆନ୍ତି। ସେ ଯେତେବେଳେ ଖେଳୁଛନ୍ତି, ତାଙ୍କୁ ଜର୍ଜ କରିବା ଠିକ୍‌ ହେବ ନାହିଁ।

ସମ୍ବନ୍ଧିତ ଖବର