ଭାରତୀୟ ଦଳରେ କୋହଲିଙ୍କ ଚୟନ ନେଇ ଅସନ୍ତୁଷ୍ଟ ଥିଲେ ଏମ୍‌ଏସ୍‌ ଧୋନି ଓ ଗ୍ୟାରି କ୍ରିଷ୍ଟେନ୍‌

ପୂର୍ବତନ ଚୟନକାରୀଙ୍କ ଖୁଲାସା: ଭେଙ୍ଗସରକାରଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍‌ରେ ବିରାଟଙ୍କ ହୋଇଥିଲା ଚୟନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର ଦିଲୀପ ଭେଙ୍ଗସରକାର ସୂଚନା ଦେଇଛନ୍ତି, ସେ ଯେତେବେଳେ ଜାତୀୟ ଚୟନ ସମିତିର ଅଧ୍ୟକ୍ଷ ଥିଲେ, ସେହି ସମୟରେ ବିରାଟ କୋହଲିଙ୍କର ଚୟନ ହୋଇଥିଲା। ଏହା ଥିଲା ୧୦ ବର୍ଷ ତଳର ଘଟଣା। ଜାତୀୟ ଗଣମାଧ୍ୟମକୁ ଭେଙ୍ଗସରକାର କହିଛନ୍ତି, ବିରାଟ କୋହଲି ୨୦୦୮ରେ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ୍‌ରେ ପ୍ରଥମ ସୁଯୋଗ ପାଇଥିଲେ। ୬୧ ବର୍ଷିଅ ଭେଙ୍ଗସରକାର ୨୦୦୬ରେ ଚୟନ ସମିତିର ଅଧ୍ୟକ୍ଷ ଥିଲେ। ସେହି ସମୟରେ କମିଟିରେ ଭେଙ୍କଟପତି ରାଜୁ, ସଞ୍ଜୟ ଜଗଦଲେ, ଭୁପିନ୍ଦର ସିଂହ ଓ ରଞ୍ଜିବ ବିଶ୍ୱାଳ ଅନ୍ୟ ସଦସ୍ୟ ଥିଲେ।

ଭେଙ୍ଗସରକାର ପ୍ରକାଶ କରିଛନ୍ତି, ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚ୍‌ରେ କୋହଲିଙ୍କୁ ଭାରତୀୟ ଦଳରେ ସାମିଲ କରାଯିବା ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ର ପୂର୍ବତନ ଅଧ୍ୟକ୍ଷ ଏନ୍‌ ଶ୍ରୀନିବାସନ ଖୁସି ନ ଥିଲେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚେନ୍ନାଇ ସୁପର କିଙ୍ଗସ୍‌ ଓ ତାମିଲନାଡୁ ପାଇଁ ଫାର୍ଷ୍ଟ କ୍ଲାସ ମ୍ୟାଚ୍‌ରେ ଖେଳିିଥିବା ସୁବ୍ରମଣ୍ୟମ ବଦ୍ରିନାଥଙ୍କ ଉପରେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, କୋଚ୍‌ ଗ୍ୟାରି କ୍ରିଷ୍ଟେନ୍‌ ଭରସା ରଖିଥିଲେ।

ମୁଁ ଅନୁଭବ କରୁଛି, ସେତେବେଳକୁ ଦଳରେ କୋହଲିଙ୍କୁ ସାମିଲ କରିବା ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଯଦିଓ ଚୟନ ସମିତିର ୪ଜଣ ସଦସ୍ୟ ମୋ ପ୍ରସ୍ତାବରେ ରାଜି ଥିଲେ, ତଥାପି ଗ୍ୟାରି କ୍ରିଷ୍ଟେନ୍‌ ଓ ଏମ୍‌ଏସ୍‌ ଧୋନି ଅନିଚ୍ଛା ପ୍ରକାଶ କରିଥିଲେ। ସେମାନେ କୋହଲିଙ୍କୁ ଜାଣି ନଥିଲେ। ତା’ପରେ ମୁଁ ତାଙ୍କୁ କହିଲି, କୋହଲିଙ୍କୁ ଭଲ ଜାଣିଛି, ତାଙ୍କୁ ଟିମ୍‌ରେ ସାମିଲ କରାଯାଉ।

କୋହଲିଙ୍କୁ ସମର୍ଥନ କରି ମୁଁ ବିତାଡ଼ିତ ହୋଇଥିଲି: ଭେଙ୍ଗସରକାର

ମୁମ୍ବାଇ: ୨୦୦୮ ମସିହାର କଥା। ତାମିଲନାଡୁର ଏସ୍‌ ବଦ୍ରିନାଥଙ୍କ ବଦଳରେ ବିରାଟ କୋହଲିଙ୍କୁ ସମର୍ଥନ କରି ଜାତୀୟ ଦଳରେ ସାମିଲ କରିଥିବାରୁ ତତ୍‌କାଳୀନ ବିସିସିଆଇ ଚୟନ ସମିତି ମୁଖ୍ୟ ଦିଲ୍ଲୀପ ଭେଙ୍ଗସରକାର ହଟହଟ୍ଟା ହୋଇଥିଲେ। ସେତେବେଳେ ତାମିଲନାଡୁ ସଂଘରୁ ପ୍ରତିନିଧିତ୍ୱ କରୁଥିବା ଏନ୍‌ ଶ୍ରୀନିବାସନ ବିସିସିଆଇର କୋଷାଧ୍ୟକ୍ଷ ଥିବାରୁ ଏହାକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ। ଶେଷକୁ ଏହି କାରଣ ପାଇଁ ଭେଙ୍ଗସରକାରଙ୍କୁ ଚୟନ ସମିତି ଅଧ୍ୟକ୍ଷ ପଦରୁ ବିତାଡ଼ିତ ହୋଇଥିଲେ। ଏଭଳି କଥାକୁ ଗୁରୁବାର ନିଜେ ଭେଙ୍ଗସରକାର ପ୍ରକାଶ କରିଛନ୍ତି।
ମୁମ୍ବାଇର ଏକ ଉତ୍ସବରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଗୁରୁବାର ଭେଙ୍ଗସରକାର କହିଥିଲେ, କୋହଲି ସ୍ୱଳ୍ପ ବୟସର ଖେଳାଳି ଥିଲେ। ନଗଦ ନଗଦ ତାଙ୍କ ନେତୃତ୍ୱରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିଥିଲା। କୋହଲିଙ୍କୁ ଭାରତୀୟ ଦିନିକିଆ ଦଳରେ ସାମିଲ କରି ଆମେ ଶ୍ରୀଲଙ୍କା ଗସ୍ତରେ ପଠାଇଥିଲୁ। କିନ୍ତୁ ଚୟନ ସମିତିର ଏହି ନିଷ୍ପତ୍ତିରେ ପ୍ରଥମେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ପ୍ରଶିକ୍ଷକ ଗ୍ୟାରୀ କର୍ଷ୍ଟେନ୍‌ ସହମତି ନ ଥିଲେ। କୋହଲିଙ୍କୁ ସାମିଲ କରିବାର ଏହା ସବୁଠାରୁ ଭଲ ବେଳା ଥିଲା ବୋଲି ମୁଁ ଅନୁଭବ କରିଥିଲି। ମୋ ସହିତ ଚୟନକର୍ତାମାନେ ଏକମତ ହୋଇଥିଲେ। କିନ୍ତୁ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଖେଳାଳି ହୋଇଥିବାରୁ ବଦ୍ରିନାଥଙ୍କୁ ଅନ୍ୟ କିଛି ଚାହୁଁଥିଲେ। ବଦ୍ରିନାଥଙ୍କୁ ସୁଯୋଗ ନ ମିଳିବାରୁ ଶ୍ରୀନିବାସନ ଖପ୍ପା ହୋଇଥିଲେ। ଏହା ମୋ ବହିସ୍କାରର କାରଣ ଥିଲା ବୋଲି ଭେଙ୍ଗସରକାର ପ୍ରକାଶ କରିଥିଲେ। ଭାରତ ପାଇଁ ୧୧୬ ଟେଷ୍ଟ୍‍ ଏବଂ ୧୨୯ ଦିନିକିଆ ଖେଳିଥିବା ଭେଙ୍ଗସରକାର ୨୦୦୬ ମସିହାରେ କିରଣ ମୋରେଙ୍କଠାରୁ ମୁଖ୍ୟ ଚୟନକର୍ତା ଦାୟିତ୍ୱ ନେଇଥିଲେ। କିନ୍ତୁ ୨ ବର୍ଷ ପରେ ତାଙ୍କ ବଦଳରେ ସାଥୀ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଏହି ଦାୟିତ୍ୱ ନେଇଥିଲେ।

ମୁଁ ଜାଣିଛି ସେମାନେ ଏସ୍‌ ବଦ୍ରିନାଥଙ୍କ କିପିଙ୍ଗ ଦେଖିଛନ୍ତି। କାରଣ ବଦ୍ରିନାଥ ଥିଲେ ଚେନ୍ନାଇ ସୁପର କିଙ୍ଗ୍‌ର ଖେଳାଳି। ଯଦି ଭାରତୀୟ ଦଳରେ କୋହଲିଙ୍କୁ ସ୍ଥାନ ମିଳୁଛି, ତା’ହେଲେ ବଦ୍ରିନାଥଙ୍କୁ ବସିବାକୁ ପଡ଼ିବ। ସେହି ସମୟରେ ଏନ୍‌ ଶ୍ରୀନିବାସନ ବିସିସିଆଇର କୋଷାଧ୍ୟକ୍ଷ ଥିଲେ। ଶେଷରେ ବଦ୍ରିନାଥ ଦଳରୁ ବାଦ୍‌ ପଡ଼ିବା ପରେ ଶ୍ରୀନିବାସନ ଅନ୍ୟମନସ୍କ ହୋଇ ଯାଇଥିଲେ। ଅନ୍ୟପକ୍ଷରେ ଚୟନ ସମିତିର ଅଧ୍ୟକ୍ଷ ସୁନିଶ୍ଚିତ ଥିଲେ ଯେ, ମାଲେସିଆରେ ନିକଟରେ ଶେଷ ହୋଇଥିବା ୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌ରେ କୋହଲିଙ୍କ ଦଳ ଚମ୍ପିଅନ୍‌ ହୋଇଛି।

୨୦୦୮ ଶ୍ରୀଲଙ୍କା ଗସ୍ତରେ ବଦ୍ରିନାଥ ୩ ମ୍ୟାଚ୍‌ରୁ ଯଥାକ୍ରମେ ୨୭*, ୬, ୬ ରନ୍‌ କରିଥିଲେ। କୋହଲି ସେହି ଗସ୍ତରେ ସମସ୍ତ ୫ ମ୍ୟାଚ୍‌ ଖେଳି ୧୨, ୩୭, ୨୫, ୫୪ ଏବଂ ୩୧ ରନ୍‌ କରିଥିଲେ। କେଉଁ ଆଧାରରେ ବ୍ରଦିନାଥ ବାଦ୍‌ ପଡ଼ିଲେ ବୋଲି ଶ୍ରୀନିବାସନ ମୋତେ ପ୍ରଶ୍ନ କରିଥିଲେ। ଇମର୍ଜିଂ ଖେଳାଳିଙ୍କ ଅଷ୍ଟ୍ରେଲିଆ ଗସ୍ତରେ ମୁଁ କୋହଲିଙ୍କୁ ଦେଖିଛି, ସେ ଜଣେ ବିରଳ ଖେଳାଳି ବୋଲି ମୁଁ ଯୁକ୍ତି ବାଢ଼ିଥିଲି। କିନ୍ତୁ ବଦ୍ରିନାଥ ତାମିଲନାଡୁ ପାଇଁ ୮୦୦ ରନ୍‌ କରିଛନ୍ତି ବୋଲି ସେ ଯୁକ୍ତି କରିଥିଲେ। ତାଙ୍କୁ ୨୯ ହେଲାଣି ସେ ଆଉ କେବେ ଖେଳିବେ ବୋଲି କହିଥିଲେ। ଏହାର ଠିକ୍‌ ପରଦିନ ଶ୍ରୀନିବାସନ ତତ୍‌କାଳୀନ ସଭାପତି ଶରଦ ପାଓ୍ଵାରଙ୍କ ଜରିଆରେ ଶ୍ରୀକାନ୍ତଙ୍କୁ ନୂଆ ନିଯୁକ୍ତି ଦେଇଥିଲେ।

ସମ୍ବନ୍ଧିତ ଖବର