ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କିଛି ଦିନ ବିଶ୍ରାମ ପରେ ପୁଣି କ୍ରିକେଟ୍‌କୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ କୋହଲି ନିଦାହାସ ଟ୍ରଫିରେ ନଖେଳି ବିଶ୍ରାମ ନେଇଥିଲେ। ବିଶ୍ରାମ ସାରି ରବିବାରଠୁ ସେ ଆଇପିଏଲ୍‌ ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଅଭ୍ୟାସ ଶିବିରରେ ଯୋଗ ଦେଇଛନ୍ତି। ଆର୍‌ସିବି ଚଳିତ ବର୍ଷ କୋହଲିଙ୍କୁ ୧୭ କୋଟି ଟଙ୍କାର ପ୍ରାପ୍ୟ ଦେବା ସହ ନିଜ ପାଖରେ ରଖିଛି। କୋହଲିଙ୍କ ସହ ଏବି ଡି’ଭିଲିୟର୍ସ ଏବଂ ସର୍ଫରାଜ ଖାନ୍‌ଙ୍କୁ ମଧ୍ୟ ଆର୍‌ସିବି ନିଲାମକୁ ନଛାଡ଼ି ପାଖରେ ରଖିଥିଲା। ଆଇପିଏଲ୍‌ ଆରମ୍ଭରୁ ଏକମାତ୍ର ଖେଳାଳି ଭାବେ କୋହଲି ଆର୍‌ସିବି ସହ ରହି ଆସିଛନ୍ତି। ଏବେ ଦଳର ନେତୃତ୍ୱ ଭାର ମଧ୍ୟ ସମ୍ଭାଳୁଛନ୍ତି। ଆର୍‌ସିବି ଜର୍ସିରେ ସେ ୧୪୯ ମ୍ୟାଚ୍‌ ଖେଳି ୪୪୪୮ ରନ୍‌ କରିସାରିଲେଣି। କେବଳ ୨୦୧୬ ଋତୁରେ ୪ ଶତକ ସହ କୋହଲି ୯୭୩ ରନ୍‌ କରିଥିଲେ।

Advertisment

ଦଳ: ବିରାଟ କୋହଲି (୧୭ କୋଟି), ଏବି ଡି’ଭିଲିୟର୍ସ (୧୧ କୋଟି), ସର୍ଫରାଜ ଖାନ (୩ କୋଟି), ବ୍ରେଣ୍ଡନ୍‌ ମ୍ୟାକଲମ (୩.୬ କୋଟି), କ୍ରିସ୍‌ ଓ୍ଵକ୍ସ (୭.୪ କୋଟି), କଲିନ୍‌ ଡି’ଗ୍ରାଣ୍ଡ୍‌ହୋମେ (୨.୨ କୋଟି), ମୋଇନ୍‌ ଅଲ୍ଲୀ (୧.୭ କୋଟି), କ୍ୱିଣ୍ଟନ୍‌ ଡି’କକ୍‌ (୨.୮ କୋଟି), ଉମେଶ ଯାଦବ (୪.୨ କୋଟି), ୟୁଜବେନ୍ଦ୍ର ଚହଲ (୬ କୋଟି), ମନନ ଭୋରା (୧.୧ କୋଟି), କୁଲଓ୍ଵନ୍ତ କେଜ୍ରୋଲିଆ (୮୫ ଲକ୍ଷ), ଅଙ୍କିତ ଚୌଧୁରୀ (୩୦ ଲକ୍ଷ), ନବଦୀପ ସାଇନି (୩ କୋଟି), ମୁରୁଗାନ ଅଶ୍ୱିନ (୨.୨ କୋଟି), ମନଦୀପ ସିଂହ (୧.୪ କୋଟି), ଓ୍ଵାସିଂଟନ୍‌ ସୁନ୍ଦର (୩.୨ କୋଟି), ପଓ୍ଵନ୍‌ ନେଗି (୧ କୋଟି), ମହମ୍ମଦ ସିରାଜ (୨.୬ କୋଟି), ନାଥନ କୁଲଟର୍‌-ନିଲେ (୨.୨ କୋଟି), ଅନିରୁଦ୍ଧ ଯୋଷୀ (୨୦ ଲକ୍ଷ)।