ମୋହାଲି : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିଶ୍ବ କ୍ରିକେଟର ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶୁକ୍ରବାର ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ଖେଳିବା ସହ ୮୦୦୦ରନ  ପୂରଣ କରିଛନ୍ତି । ସ୍ଥାନୀୟ ପଂଜାବ କ୍ରିକେଟ୍ ଆସୋସିଏସନ କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରେ ସେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ।

Advertisment

ସର୍ବଶେଷ ସୂଚନା ଅନୁସାରେ ଏହି ଟେଷ୍ଟରେ ଭାରତ ୪ ଓ୍ବିକେଟ ହରାଇ ୨୧୭ ରନ କରିଛି । ବିରାଟ ୪୫ ରନ କରି ଆଉଟ ହୋଇଛନ୍ତି ।

ବିରାଟ ୮୦୦୦ ରନ କରିବା ସହ ଦେଶର ଆଉ କେତେକ ମହାନ ଖେଳାଳି ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଭିଭିଏସ ଲକ୍ଷ୍ମଣ, ବୀରେନ୍ଦ୍ର ସେହଓ୍ବାଗ ଓ ରାହୁଲ ଦ୍ରାବିଡଙ୍କ କ୍ଲବରେ ସାମିଲ ହୋଇଯାଇଛନ୍ତି । ଏହି ୧୦୦ଟି ଟେଷ୍ଟରେ ସେ ୫୦.୬୩  ରନ ହାରରେ ୮ ହଜାର ରନ କରିଛନ୍ତି । ଏହି ୧୦୦ ଟେଷ୍ଟ ମଧ୍ୟରେ ସେ ୨୭ଟି ଶତକ ଓ ୨୮ଟି ଅର୍ଦ୍ଧଶତକ କରିଛନ୍ତି ।

ପୂର୍ବରୁ ତେନ୍ଦୁଲକର (୧୫୪ଟି ଇନିଂସରେ ୧୫,୯୨୧ ରନ), ରାହୁଲ ଦ୍ରାବିଡ (୧୫୮ ଇନିଂସରେ ୧୩୨୬୫ରନ ), ସୁନୀଲ ଗାଭାସ୍କର (୧୬୬ ଇନିଂସରେ ୧୦,୧୨୨ ରନ ), ଭିଭିଏସ ଲକ୍ଷ୍ମଣ ( ୨୦୧ଟି ଇନିଂସରେ ୮୭୮୧ ରନ ) ଓ ସେହଓ୍ବାଗ (୧୬୦ ଇନିଂସରେ ୮୫୦୩ ରନ) ୮ ହଜାର ରନ ପୂରଣ କରିଥିଲେ ।

୨୦୨୧ ବିରାଟଙ୍କ ପାଇଁ ଏକ ଭଲ ବର୍ଷ ନଥିଲା । ସେ ୫ଟି ଟେଷ୍ଟ ଖେଳି ମାତ୍ର ୨୦୮ ରନ କରିଥିଲେ । କନ୍ତୁ ନୂଆ ବର୍ଷ ତାଙ୍କ ପାଇଁ ସଫଳ ହେବା ଆଶା କରାଯାଉଛି ।