ଦୁବାଇ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ୧ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ତେବେ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ଟେଷ୍ଟ ରାଙ୍କିଙ୍ଗ୍‌ ହ୍ରାସ ପାଇଛି ।

Advertisment

ବୁଧବାରଦିନ ଆଇସିସି ପକ୍ଷରୁ ପ୍ରକାଶିତ ଟେଷ୍ଟ ର‍୍ୟାଙ୍କିଙ୍ଗ ଅନୁସାରେ ୯୨୮ ପଏଣ୍ଟ ସହ କୋହଲି ୧ ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ତଳକୁ ରହିଛନ୍ତି ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ । ସେ ୯୧୧ ପଏଣ୍ଟ ପାଇଛନ୍ତି ।

ଚେତେଶ୍ୱର ପୂଜାରା ୭୯୧ ପଏଣ୍ଟ ପାଇ ୫ମ ସ୍ଥାନରୁ ୬ଷ୍ଠ ସ୍ଥାନକୁ ଖସିଯାଇଛନ୍ତି । ରାହାଣେ ମଧ୍ୟ ୭୫୯ ପଏଣ୍ଟ ୭ମ ସ୍ଥାନରୁ ୯ମ ସ୍ଥାନକୁ ଖସିଯାଇଛନ୍ତି ।

ବୋଲିଂ କ୍ଷେତ୍ରରେ ଭାରତୀୟ ବୋଲର ଜସପ୍ରିତ ବୁମରା ୭୯୪ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ଅଛନ୍ତି । ସେହିପରି ଆର. ଅଶ୍ୱୀନ ୭୭୨ ପଏଣ୍ଟ ସହ ୯ମ ଓ ମହମ୍ମଦ ସାମି ୭୭୧ ପଏଣ୍ଟ ସହ ୧୦ମ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ ୯୦୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ନିଲ ଓ୍ଵାଗନର ୮୫୨ ପଏଣ୍ଟ ସହ ୨ୟ ସ୍ଥାନରେ ଅଛନ୍ତି । ୮୩୦ ପଏଣ୍ଟ ସହ େଓ୍ଵଷ୍ଟ ଇଣ୍ଡିଜର ଜାସନ ହୋଲଡର ୩ୟ ସ୍ଥାନରେ ରହିଛନ୍ତି ।