ଚାଷୀ ଆନ୍ଦୋଳନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ଚର୍ଚ୍ଚା ଏବେ ଟିମ୍ ଇଣ୍ଡିଆର ବୈଠକରେ ମଧ୍ୟ ହେବା ଆରମ୍ଭ ହୋଇଛି । ଗୁରୁବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି ଏ ନେଇ ମନ୍ତବ୍ୟ ରଖିଛନ୍ତି । ଟିମ୍ ଇଣ୍ଡିଆର ବୈଠକରେ ଚାଷୀ ଆନ୍ଦୋଳନ ନେଇ ଖେଳାଳିମାନେ ଆଲୋଚନା କରିଥିବା କୋହଲି କହିଛନ୍ତି ।

ଆସନ୍ତାକାଲିଠୁ ଚେନ୍ନାଇରେ ଭାରତ-ଇଂଲଣ୍ଡ ଭିତରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହା ପୂର୍ବରୁ କୋହଲି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଆଉ ଏହି ସମ୍ମିଳନୀରେ ସାମ୍ବାଦିକମାନେ ତାଙ୍କୁ ଚାଷୀ ଆନ୍ଦୋଳନ ନେଇ ପ୍ରଶ୍ନ କରିଥିଲେ । ଆଉ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କୋହଲି ଏହି ପ୍ରସଙ୍ଗ କଥା ଦଳର ବୈଠକରେ ଆଲୋଚନା ହୋଇଥିବା କୋହଲି କହିଛନ୍ତି । କେବଳ ସେତିକି ନୁହେଁ, ସବୁ ଖେଳାଳି ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଥିବା କୋହଲି କହିଛନ୍ତି ।

ଏହାପୂର୍ବରୁ ବିରାଟ ବୁଧବାର ଚାଷୀ ଆନ୍ଦୋଳନ ନେଇ ଏକ ଟୁଇଟ୍ କରିଥିଲେ । ଏଥିରେ ସେ ଲେଖିଥିଲେ ଯେ, ଦୁଇ ପକ୍ଷଙ୍କ ଭିତରେ ଆଲୋଚନା ପରେ ଚାଷୀ ଆନ୍ଦୋଳନ ସମସ୍ୟାର ସମାଧାନ ହୋଇପାରିବ । ସମସ୍ତେ ଆଗକୁ ବଢିବା ଉଚିତ ବୋଲି କୋହଲି ଲେଖିଥିଲେ ।

ସମ୍ବନ୍ଧିତ ଖବର