ଅନୁଷ୍କାଙ୍କ ପାଇଁ କେଉଁ ଗୀତ ଗାଇଲେ ବିରାଟ? ଦେଖନ୍ତୁ ଏହି ଭିଡିଓ

ମୁମ୍ବାଇ: ଇଟାଲିରେ ସୋମବାର ଦିନ ମହା ଧୁମ୍‌ଧାମରେ ପାଳନ ହୋଇଯାଇଛି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହ। ତାଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚା ହୋଇନାହିଁ ତା’ଠାରୁ ବେଶି ଚର୍ଚ୍ଚା ପାଲଟିଛି ଅନୁଷ୍କାଙ୍କୁ ଉତ୍ସର୍ଗ କରି ବିରାଟ ଗାଇଥିବା ଗୀତ। ବିରାଟ କିଶୋର କୁମାରଙ୍କ ଗୀତ ‘ମେରେ ମେହେବୁବ୍‌ କୟାମତ୍‌ ହୋଗି’ ଗାଇ ମାହଲକୁ ଏକ୍‌ଦମ୍‌ ରୋମାଣ୍ଟିକ୍‌ କରି ଦେଇଥିଲେ। ବିରାଟଙ୍କ କଣ୍ଠରୁ ଗୀତ ଶୁଣିବା ପରେ ଶେଷର ଖୁସିରେ ତାଳି ମାରିଥିଲେ ଅନୁଷ୍କା। ଇଟାଲିରେ ଆୟୋଜିତ ହୋଇଥିବା ସେ ଦୁହିଁଙ୍କ ବିବାହ ପାର୍ଟିରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।

 

ଉଲ୍ଲେଖଯୋଗ୍ୟ, ଗତକାଲି ସକାଳ ବିବାହ କରି ଭାରତୀୟ ସମୟ ଅନୁସାରେ ରାତି ୯ଟାରେ ବିରାଟ ଆନୁଷ୍ଠାନିକ ଭାବେ ନିଜ ଟୁଇଟର୍‌ରେ ବିବାହ ଘୋଷଣା କରିଥିଲେ। କିଛି ସମୟ ପରେ ଅନୁଷ୍କା ମଧ୍ୟ ସମାନ ପୋଷ୍ଟ ଦେଇଥିଲେ ନିଜ ଆକାଉଣ୍ଟ୍‌ରେ। ସେ ଦୁହେଁ ଲେଖିଥିଲେ ‘ପ୍ରେମରେ ବାନ୍ଧି ହୋଇ ରହିବା ପାଇଁ ଆଜିଠାରୁ ଆମେ ପରସ୍ପର ନିକଟରେ ଶପଥ କଲୁ। ଆପଣମାନଙ୍କ ସହ ଏହି ଖବର ବାଣ୍ଟିପାରୁଥିବାରୁ ଆମେ ଅନେକ ଭାଗ୍ୟଶାଳୀ। ଏହି ସୁନ୍ଦର ଦିନଟି ଆମର ପରିବାରବର୍ଗ, ପ୍ରଶଂସକ ଏବଂ ଶୁଭଚିନ୍ତଙ୍କ ଭଲପାଇବା ଆଉ ସମର୍ଥନ ପାଇଁ ଆହୁରି ସ୍ୱତନ୍ତ୍ର ହେବ। ଆମ ଜୀବନ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆମ ରହିଥିବାରୁ ଧନ୍ୟବାଦ।’

ଜାଣିବାକୁ ମିଳିଛି ନିଜ ଦେଶକୁ ଫେରି ବିରାଟ ଓ ଅନୁଷ୍କା ଡସେମ୍ବର ୨୧ ତାରିଖଠାରେ ନୂଆଦିଲ୍ଲୀଠାରେ ନିଜ ସଂପର୍କୀୟମାନଙ୍କ ନିମନ୍ତେ ଏକ ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ କରିବେ। କ୍ରିକେଟର୍‌ ସାଙ୍ଗ ଏବଂ ସିନେ କଳାକାରମାନଙ୍କ ନିମସ୍ତେ ବିରାଟ-ଅନୁଷ୍କା ଡିସେମ୍ବର ୨୬ ତାରିଖରେ ଏକ ଭୋଜି ଆୟୋଜନ କରିବେ। ନବବିବାହିତ ଦମ୍ପତି ଖୁବ୍‌ ଶୀଘ୍ର ଦକ୍ଷିଣ-ଆଫ୍ରିକା ବୁଲିବାକୁ ଯିବେ ବୋଲି ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର