ପାକିସ୍ତାନୀ ବ୍ୟାଟ୍ସମ୍ୟାନ ବାବରଙ୍କୁ କାହିଁକି ଧନ୍ୟବାଦ ଜଣାଇଲେ ବିରାଟ ?

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଗତ ପ୍ରାୟ ଏକ ବର୍ଷ ହେଲା ନିଜର ଖରାପ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ବିରାଟ କୋହଲିଙ୍କ ପରି ବ୍ୟାଟ୍ସମ୍ୟାନ ଫର୍ମରେ ନ ରହିବା ସମଗ୍ର ଦଳ ପାଇଁ ମହଙ୍ଗା ପଡ଼ୁଛି । ଏହାକୁ ନେଇ କେବଳ ଟିମ ଇଣ୍ଡିଆ ନୁହେଁ, ସାରା ଦେଶର କ୍ରିକେଟପ୍ରେମୀମାନେ ନିରାଶ ଅଛନ୍ତି ।

ପାକିସ୍ତାନର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ନିକଟରେ ଏକ ଟୁଇଟ କରି ବିରାଟଙ୍କ ମନୋବଳ ବଢାଇବାକୁ ଚେଷ୍ଟା କରିଥିଲେ । ସେ ଲେଖିଥିଲେ ‘ଏହି ଖରାପ ସମୟ ଚାଲିଯିବ, ଦୃଢ ରୁହ ।‘ ବାବରଙ୍କ ଏହି ଟୁଇଟକୁ କ୍ରିକେଟ ଜଗତରେ ବେଶ ପ୍ରସଂଶା କରାଯାଇଥିଲା ।

 

ଏହା ପରେ ଗଣମାଧ୍ୟମକୁ ବାବର କହିଥିଲେ ଯେ ବର୍ତ୍ତମାନର ସମୟରେ ବିରାଟଙ୍କ ପ୍ରତି ସମର୍ଥନ ଆବଶ୍ୟକ । ମୁଁ ତାଙ୍କୁ ଟୁଇଟ କରି ସମର୍ଥନ ଜଣାଇଥିଲି, କାରଣ ମୁଁ ଜାଣେ ଜଣେ ଖେ​ଳାଳି ଏପରି  ପରିସ୍ଥିତିରେ କିପରି ଅନୁଭବ କରେ ।

ଦିନକ ପରେ ଏହାର ଜବାବ ଦେଇଛନ୍ତି ବିରାଟ କୋହଲି । ବିରାଟ ଏକ ଟୁଇଟ କରି ବାବରଙ୍କୁ ଧନ୍ୟବାଦ ଦେବା ସହ ଆହୁରି ଉପରକୁ ଉଠ, ଆହୁରି ସଫଳତା ହାସଲ କର ବୋଲି ଶୁଭେଚ୍ଛା ଜଣାଇଛନ୍ତି । ‘ ବିରାଟଙ୍କ ଏହି ଟୁଇଟକୁ ମଧ୍ୟ କ୍ରିକେଟ ଜଗତରେ ବେଶ ପ୍ରସଂଶା କରାଯାଉଛି ।

 

ସମ୍ବନ୍ଧିତ ଖବର