ମୁମ୍ବାଇ : ଚଳିତ ମାସରୁ ଭାରତୀୟ କ୍ରିକେଟ ଦଳର ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବାକୁ ଯାଉଛି । ତା’ପୂର୍ବରୁ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି । ଦଳର ତାରକା ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ବିରାଟ କୋହଲି ମାତ୍ର ଗୋଟିଏ ଟେଷ୍ଟ ଖେଳି ଭାରତକୁ ଫେରିଆସିବେ । ପତ୍ନୀ ଅନୁଷ୍କା ଶର୍ମା ମା’ ହେବାକୁ ଯାଉଥିବାରୁ ବିରାଟଙ୍କୁ ପିତୃତ୍ବ ଛୁଟି ପ୍ରଦାନ କରିଛି ବିସିସିଆଇ ।
ବିସିସିଆଇପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ବିରାଟ କୋହଲି ଡିସେମ୍ବର ୧୭ରେ ଆଡିଲେଡରେ ହେବାକୁ ଥିବା ପ୍ରଥମ ଟେଷ୍ଟ ଖେଳି ଭାରତକୁ ଫେରିଆସିବେ । ତାଙ୍କ ସ୍ଥାନରେ ପୂର୍ବରୁ ବିଶ୍ରାମ ଦିଆଯାଇଥିବା ଅଭିଜ୍ଞ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ରୋହିତ ଏକଦିବସୀୟ ଓ ଟି-୨୦ ସିରିଜରେ ଖେଳିବେ ନାହିଁ । ସୂଚନାଯୋଗ୍ୟ ଯେ ଆଇପିଏଲ ଖେଳିବା ବେଳେ ରୋହିତ ଆହତ ହୋଇଥିଲେ । ଫଳରେ ସେ ୪ଟି ମ୍ୟାଚ ଖେଳିପାରିନଥିଲେ ।
ଅନ୍ୟପକ୍ଷରେ ବିରାଟଙ୍କ ଅନୁପସ୍ଥିତିରେ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ବ କରିବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଆହତ ଥିବା ଦ୍ରୁତ ବୋଲର ଇଶାନ୍ତ ଶର୍ମା ସୁସ୍ଥ ହେଉଥିବାରୁ ତାଙ୍କୁ ମଧ୍ୟ ଟେଷ୍ଟ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି । ସେ ଫିଟନେସ ପାଇବା ପରେ ଏ ସମ୍ପର୍କରେ ବିସିସିଆଇ ନିଷ୍ପତ୍ତି ନେବ ।
ଟେଷ୍ଟଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ପୃଥୀ ସ’, କେ.ଏଲ. ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ଶାହା, ଋଷବ ପନ୍ତ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର. ଅଶ୍ୱିନୀ, ମହମ୍ମଦ ସିରାଜ ।
ଦିନିକିଆଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧୱନ, କେ.ଏଲ. ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ ଶୁଭମନ ଗିଲ, ରିଦ୍ଧିମାନ ଶାହା, ଋଷବ ପନ୍ତ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଚହଲ, ସାର୍ଦୁଲ ଠାକୁର
ଟି-୨୦ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧୱନ, କେ.ଏଲ. ରାହୁଲ, ଶ୍ରେୟାସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଯୁଜବେନ୍ଦ୍ର ଚହଲ, ଦିପକ ଚହର, ବରୁନ ଚକ୍ରବର୍ତ୍ତୀ ।