ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛି ପରିବାର ସହ କୋହଲିଙ୍କ ଏହି ନିଆରା ଫଟୋ

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲି ଖେଳକୁ ଯେତିକି ପ୍ରାଧାନ୍ୟ ଦିଅନ୍ତି ତା’ ସହିତ ତାଙ୍କ ପରିବାରକୁ ମଧ୍ୟ ସେତିକି ଧ୍ୟାନ ଦିଅନ୍ତି । ଖେଳରୁ ସମୟ ବାହାର କରି ସେ ନିଜ ପରିବାର ସହିତ ସମୟ ବିତାନ୍ତି ଯାହାର ଜ୍ବଳନ୍ତ ଉଦାହରଣ ଏହି ଫଟୋ । ଯାହାକୁ ନେଇ ଆଗରୁ ତାଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସବୁଥରପରି ଏହି ଫଟୋଗୁଡ଼ିକରେ, ପରିବାର ସହିତ ବିରାଟଙ୍କ ଉପସ୍ଥିତି ତାଙ୍କୁ ନିଜର ପାରିବାରିକ କର୍ତ୍ତବ୍ୟପଣକୁ ପ୍ରକାଶ କରୁଛି । ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ବାମିକା। ମିଶି ପ୍ରକୃତି କୋଳରେ ଏକ ସୁନ୍ଦର ସମୟ ଅତିବାହିତ କରୁଛନ୍ତି।

ନିକଟରେ ବିରାଟ କୋହଲିଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜ ଝିଅ ସହିତ ସମୁଦ୍ର କୂଳରେ ବୁଲୁଥିବା ଦେଖିବାକୁ ମିଳୁଛି । ତାଙ୍କ ଝିଅ ବାମିକା ମଝିରେ ଠିଆ ହୋଇଛନ୍ତି । ବାପା ବିରାଟ ଏବଂ ମାଆ ଅନୁଷ୍କା ହାତ ଧରିଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ଫଟୋଟିକୁ ବିରାଟ କୋହଲି ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ସେୟାର କରିଛନ୍ତି । ଭାଇରାଲ ହେଉଥିବା ଏହି ଫଟୋ ଉପରେ କୋହଲି ଏକ କ୍ୟାପସନ ଲେଖିଛନ୍ତି । କ୍ୟାପସନରେ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏପର୍ଯ୍ୟନ୍ତ, ୮୦ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଏହାସହ ଫଟୋରେ ହଜାର ହଜାର ଲୋକ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ତାଙ୍କର ପ୍ରଶଂସକମାନେ ନିଜର ଅନେକ ଲୋଙ୍କ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର