ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ଏକ ଦାମୀ କାର୍ କିଣିଛନ୍ତି। ଏହି କାର୍ ପାର୍ସେ କମ୍ପାନିର ହୋଇଥିବାବେଳେ ଦିଲ୍ଲୀରେ ଏହାର ଏକ୍ସ ସୋରୁମ୍ ମୂଲ୍ୟ ୨ କୋଟି ୧୩ ଲକ୍ଷ ଟଙ୍କା ରହିଛି। ଲକ୍ଡାଉନ୍ ନିୟମ କୋହଳ ହେବା ପରେ ପୋର୍ସେ ଭାରତରେ ଏହାର ଗ୍ରାହକଙ୍କୁ କାର୍ ଡେଲିଭରି ଦେବା ଆରମ୍ଭ କରିଛି। ଫଳରେ ପେସାରେ ଜଣେ ବ୍ୟବସାୟୀ ଥିବା ବିକାଶ ପୋର୍ସେ ପାନାମେରା ଟର୍ବୋ କାର୍ କିଣିଛନ୍ତି। ମାତ୍ର ୩.୮ ସେକେଣ୍ଡ୍ ଭିତରେ ଏହି କାରର ବେଗ ଶୂନରୁ ୧୦୦ କିମିରେ ପହଞ୍ଚି ପାରୁଛି। ଉକ୍ତ କାରର ଘଣ୍ଟାପ୍ରତି ସର୍ବାଧିକ ବେଗ ୩୦୬ କିମି ରହିଛି।
ବିରାଟ କୋହଲିଙ୍କ ଭାଇ କିଣିଲେ ୨.୧୩ କୋଟି ଟଙ୍କା ମୂଲ୍ୟର ଦାମୀ କାର
/sambad/media/post_attachments/wp-content/uploads/2020/05/sfhsfhsfh5sf4h98sf7h98sfh7s5h46sfhsfhsfhsfhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)