ମ୍ୟାଚ୍‌ ହାରିବା ପରେ ସେହ୍‌ଓ୍ଵାଗ୍‌ଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଇଲେ ପ୍ରୀତି ଜିଣ୍ଟା; ସେହ୍‌ଓ୍ଵାଗ୍‌ କହିଲେ ପ୍ରୀତିଙ୍କ ହସ୍ତକ୍ଷେପ ଅସହ୍ୟ

ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସଠାରୁ ମ୍ୟାଚ୍‌ ହାରିବା ପରେ କିଙ୍ଗ୍‌ସ ଇଲେଭେନ ପଞ୍ଜାବର ସହ-ମାଲିକାଣୀ ପ୍ରୀତି ଜିଣ୍ଟା ଏବେ ରାଗରେ ତମ ତମ ହେଉଥିବା ଜଣାପଡ଼ିଛି । ମ୍ୟାଚ୍‌ ହାରିବା ପରେ ସେ ଟିମ୍‌ର ମୁଖ୍ୟ ବୀରେନ୍ଦ୍ର ସେହ୍‌ଓ୍ଵାଗ୍‌ଙ୍କ ଉପରେ ନିଜର ରାଗ ଶୁଝାଇ ଥିବା ଦେଖିବାକୁ ମିଳିଛି । ଗତକାଲି ମ୍ୟାଚ୍‌ ଶେଷ ହେବା ପରେ ଟିମ୍‌ ମ୍ୟାଚ୍‌ ହାରିବାର ସବୁ ଦୋଷ ସେ ସେହେଓ୍ଵାଗ୍‌ଙ୍କଉପରେ ଲଦି ଦେଇଥିବା ଦେଖାଯାଇଛି । ମ୍ୟାଚ୍‌ ପୂର୍ବରୁ ଟିମ୍‌ର ମୁଖ୍ୟ ହିସାବରେ ସେହେଓ୍ଵାଗ୍‌ ଠିକ୍‌ ରଣନୀତି ପ୍ରସ୍ତୁତ କରି ନଥିଲେ ବୋଲି ସେ ଆରୋପ ଲଗାଇଥିବା ଜଣାପଡ଼ିଛି ।

jagran.com

ଅନ୍ୟ ପକ୍ଷରେ ତାଙ୍କ କାମରେ ପଞ୍ଜାବ କିଙ୍ଗସ୍‌ ଇଲେଭେନ୍‌ ମାଲିକାଣୀ ପ୍ରୀତିଙ୍କ ହସ୍ତକ୍ଷପ ପାଇଁ ସେହେଓ୍ଵାଗ୍‌ ମଧ୍ୟ ଚିନ୍ତିତ ଥିବା ସୂଚନା ମିଳିଛି । ସୂଚନା ମୁତାବକ, କରୁନ ନାୟର ଏବଂ ମନୋଜ ତିଓ୍ଵାରୀଙ୍କ ଭଳି ବୋଲରଙ୍କ ପୂର୍ବରୁ କିଙ୍ଗ୍‌ସ ଇଲେଭେନ ପଞ୍ଜାବର କ୍ୟାପ୍‌ଟେନ ରବିଚନ୍ଦ୍ରନ  ଅଶ୍ୱିନ୍‌ଙ୍କୁ  ପ୍ରଥମେ ମଇଦାନକୁ ପଠାଯାଇଥିବାରୁ ପ୍ରୀତି ସେହେଓ୍ଵାଗ୍‌ଙ୍କ ରଣନୀତିକୁ ନେଇ ପ୍ରଶ୍ନ କରିଥିଲେ । ପ୍ରୀତିଙ୍କ ଏପରି ବ୍ୟବହାର ଦେଖି ସେହେଓ୍ଵାଗ୍‌ ବିରକ୍ତି ପ୍ରକାଶ କରିଥିବା ବେଳେ କିଙ୍ଗ୍‌ସ ଇଲେଭେନ ପଞ୍ଜାବ ସହ ୫ ବର୍ଷର ସଂପୃକ୍ତିକୁ ସେ ଶେଷ କରିବେ ବୋଲି ଜଣାପଡ଼ିଛି । ପ୍ରୀତିଙ୍କ ଏପରି ବ୍ୟବହାର ପରେ ସେହେଓ୍ଵାଗ୍‌ ଟିମ୍‌ର ଅନ୍ୟ ମାଲିକଙ୍କ ସହ କଥା ହେବା ସହ ସେ ପ୍ରୀତିଙ୍କ ଏଭଳି ବ୍ୟବହାରକୁ ସେ ସହ୍ୟ କରିବେ ନାହିଁ ବୋଲି କହି ସାରିଛନ୍ତି । ପ୍ରତି ଥର ସେ ମୋ କାମକୁ ନେଇ ପ୍ରଶ୍ନ କରି ଆସିଛନ୍ତି । ଆଗକୁ ଏପରି ହେଲେ ମୁଁ ଟିମ୍‌ ଛାଡ଼ିବି ବୋଲି ସେହେଓ୍ଵାଗ୍‌ କହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର