ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କ ଆଜି ବି ଅନେକ ପ୍ରଶଂସକ ରହିଛନ୍ତି। ସେ ତାଙ୍କର ଖେଳ ଶୈଳୀ ପାଇଁ ଅନେକ କ୍ରିକେଟ ପ୍ରେମୀଙ୍କୁ ବାନ୍ଧି ରଖିଥିଲେ। ତେବେ ସେହୱାଗଙ୍କ ପ୍ରଶଂସକଙ୍କ ପାଇଁ ଏକ ଭଲ ଖବର ରହିଛି।
ଖବର ଆସିଛି କି, ବୀରେନ୍ଦ୍ର ସେହୱାଗଙ୍କ ପୁଅ ଏବେ ବୃତ୍ତିଗତ ଭାବେ କ୍ରିକେଟ ଦୁନିଆରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବେ ଗୋଆ ଟିମ୍ ପାଇଁ ଖେଳୁଛନ୍ତି । ଏହାସହ ସଂଜୟ ବାଙ୍ଗର, ନୟନ ମୋଙ୍ଗିଆ ଓ ରାହୁଲ ଦ୍ରାବିଡଙ୍କ ପୁଅ ମଧ୍ୟ କ୍ରିକେଟ ଖେଳୁଛନ୍ତି ।
ବିସିସିଆଇ ଦ୍ବାରା ଆୟୋଜିତ ଅଣ୍ଡର-୧୬ ବିଜୟ ମର୍ଚାଣ୍ଟ ଟ୍ରଫିରେ ଦିଲ୍ଲୀ ଦଳରେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କୁ ସାମିଲ କରାଯାଇଛି। ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆର୍ଯ୍ୟବୀରଙ୍କ ପ୍ରଦର୍ଶନ ଦେଖିବାକୁ ଉତ୍ସାହ ଭରି ରହିଛି।
ତେବେ କୁହାଯାଉଛି କି, ଆର୍ଯ୍ୟବୀର ଜଣେ ଭଲ ବ୍ୟାଟ୍ସମ୍ୟାନ । ସେ ତାଙ୍କ ବାପାଙ୍କ ଭଳି ସର୍ଟ ମାରିବାରେ ମାହିର। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଆର୍ଯ୍ୟବୀରଙ୍କୁ ଦମଦାର ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି।
⭐Aaryavir Sehwag - Son of Virender Sehwag is part of Delhi Squad : U16 Vijay Merchant Trophy#CricketTwitter#India#Sehwag#VijayMerchantpic.twitter.com/44WaSVGUlq
— Indian Domestic Cricket Forum - IDCF (@IndianIdcf) December 6, 2022
ଦିଲ୍ଲୀର ଟିମ ଏବେ ବିହାର ବିପକ୍ଷରେ ଖେଳୁଛି। କିନ୍ତୁ ବିଜୟ ମର୍ଚାଣ୍ଟ ଟ୍ରଫି ଦିଲ୍ଲୀ ଓ ବିହାର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆର୍ଯ୍ୟବୀରଙ୍କୁ ସ୍ଥାନ ମିଳି ନଥିଲା । ହେଲେ ଦିଲ୍ଲୀ ଟିମ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା ବୋଲି କୁହାଯାଉଛି।