ନୂଆଦିଲ୍ଲୀ : ନିଜର ମନ ଖୋଲା ଗୁଣ ପାଇଁ ପରିଚିତ କ୍ରିକେଟର ବିରେନ୍ଦ୍ର ସେହ୍ଵାଗ ଗୁରୁବାର ନିଜ ସାଥୀ ଖେଳାଳିମାନଙ୍କର ଅନେକ ବଡ଼ ବଡ଼ ରାଜ ଖୋଲିଥିଲେ । କ୍ରିକେଟ ବ୍ୟତୀତ ଭାରତୀୟ କ୍ରିକେଟରମାନେ ଆଉ କେଉଁ କାମ ଭଲ ଭାବରେ କରି ନିଅନ୍ତି ସେ ବିଷୟରେ ଜଣାଇଥିଲେ ସେହ୍ଵାଗ ।
ପ୍ରଥମ ପ୍ରଶ୍ନରେ ସେଲ୍ଫି ନେବା ପାଇଁ କେଉଁ କ୍ରିକେଟର ପସନ୍ଦ କରନ୍ତି ବୋଲି ପଚରାଯିବା ପରେ ବିରାଟ କୋହଲୀଙ୍କ ନାଁ ନେଇଥିଲେ ସେହ୍ଵାଗ । ସବୁଠାରୁ ଭଲ କେଉଁ କ୍ରିକେଟର ନାଚି ପାରନ୍ତି ବୋଲି ପଚରାଯିବା ପରେ ସେ ନିଜ ସାଥୀ ଖେଳାଳୀ ସଚ୍ଚିନ ତେନ୍ଦୁଲକରଙ୍କ ନାଁ ନେଇଥିଲେ । ଏହା ସହ ଭଲ ରୋଷେଇ କିଏ କରନ୍ତି ବୋଲି ପଚରାଯିବା ପରେ ମଧ୍ୟ ସଚ୍ଚିନଙ୍କ ନାଁ ନେଇଥିଲେ ସେଓ୍ଵାଗ । ଖେଳାଳୀମାନଙ୍କ ମଧ୍ୟରୁ ସବୁଠାରୁ ଭଲ ଗୀତ କିଏ ଗାଏ ବୋଲି ପ୍ରଶ୍ନ କରାଯିବା ପରେ ସୁରେଶ ରୈନାଙ୍କା ନାଁ କହିଥିଲେ ବିରେନ୍ଦ୍ର ସେଓ୍ଵାଗ ।
Watch @virendersehwag dish the dirt on some of his former teammates and legends of the game ? #CWC19pic.twitter.com/UeFXM9LRMn
— ICC (@ICC) June 20, 2019
ଡ୍ରେସିଙ୍ଗ ରୁମ୍ରେ କ୍ରିକେଟରମାନେ କାହାକୁ ଅଧିକ ଡ଼ରନ୍ତି ବୋଲି ପ୍ରଶ୍ନ କରାଯିବା ପରେ ଅନୀଲ କୁମ୍ବଲେଙ୍କ ନାଁ ନେଇଥିଲେ ସେହ୍ଵାଗ । ପଡ଼ିଆ ଭିତରେ ଅନୀଲ କୁମ୍ବଲେ ସବୁବେଳେ ଖେଳାଳୀମାନଙ୍କୁ ରାଗିଥାନ୍ତି । ଯାହାର ଡ଼ର ଡ୍ରେସିଙ୍ଗ ରୁମ୍ ଭିତରେ ମଧ୍ୟ ରହିଥାଏ ବୋଲି ସେଓ୍ଵାଗ କହିଥିଲେ । କେଉଁ କ୍ରିକେଟର ସବୁବେଳେ ମଜା କଥା କହିଥାନ୍ତି ବୋଲି ପ୍ରଶ୍ନ କରାଯିବା ପରେ ହଜଭଜନ ସିଂହ ଏବଂ ଯୁବରାଜ ସିଂହଙ୍କ ନାଁ କହିଥିଲେ ସେଓ୍ଵାଗ ।