ମୁମ୍ବାଇ : ଗତ ଗୁରୁବାର ଦିନ ଦିଲ୍ଲୀରେ ବିରୁଷ୍କାଙ୍କ ବିବାହ ପାର୍ଟି ପରେ ଆଜି ହେଉଛି ମୁମ୍ବାଇରେ ପାର୍ଟି । ଦିଲ୍ଲୀ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ନବବିବାହିତା ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ। ତେବେ ଆସନ୍ତୁ ଜାଣିବା ରାତି ୮:୩୦ ରେ ଆରମ୍ଭ ହେବାକୁ ଥିବା ମୁମ୍ବାଇର ପାର୍ଟିରେ କେଉଁ କେଉଁ ସେଲିବ୍ରିଟି।
ମୁମ୍ବାଇର ସେଣ୍ଟ ରେଜିସ୍ ହୋଟେଲର ବିଶାଳ ବଲରୁମରେ ଅନୁଷ୍ଠିତ ହେଉଥିବା ଏହି ବିବାହ ପାର୍ଟିରେ ବଲିଉଡ଼ର ନାମୀଦାମୀ କଳାକାରଙ୍କ ସହ ଭାରତୀୟ କ୍ରିକେଟ ତାରକା ଦେଖାଯିବାର ଆଶା କରାଯାଉଛି। ବଲିଉଡ଼ କଳାକାର ଅମିତାଭ ବଚ୍ଚନ , ଶାହାରୁଖ ଖାନ ଓ ସଲ୍ମାନ ଖାନଙ୍କ ସହ ଅନ୍ୟାନ୍ୟ ଅନେକ ନାୟକନାୟିକାଙ୍କୁ ପାର୍ଟିକୁ ନିମନ୍ତ୍ରଣ କରାଯାଇଛି। ତେବେ ଅନୁଷ୍କାଙ୍କ ପିକେ ଚଳଚ୍ଚିତ୍ରର ସାଥୀ ଅଭିନେତା ଅମିର ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ଠଗ୍ ଅଫ ହିନ୍ଦୁସ୍ତାନ ପାଇଁ ବ୍ୟସ୍ତ ଥିବାରୁ ପାର୍ଟିରେ ଯୋଗ ଦେଉନାହାନ୍ତି।
ଅନ୍ୟପକ୍ଷରେ ପାର୍ଟିରେ କ୍ରିକେଟ ତାରକା ସଚ୍ଚିନ ତେନ୍ଦୁଲକର, ଜାହିର ଖାନ , ବୀରେନ୍ଦ୍ର ସେହ୍ଵାଗଙ୍କ ସହ ବିସିସିଆଇର ଶୀର୍ଷସ୍ତରୀୟ କର୍ମଚାରୀ ମଧ୍ୟ ଆସିବାର ସମ୍ଭାବନା ରହିଛି। ପୁଣି ଏହି ପାର୍ଟିରେ ସମୁଦାୟ ଭାରତୀୟ ଦଳ ଯୋଗ ଦେବାର ସମ୍ଭାବନା ରହିଛି। ସୂଚନା ଅନୁଯାାୟୀ ପାର୍ଟିକୁ ବିଜନେସ୍ ଟାଇକୁନ୍ ମୁକେଶ ଅମ୍ବାନି ଏବଂ ନୀତା ଅମ୍ବାନି ମଧ୍ୟ ଆସି ପାରନ୍ତି । ପାର୍ଟି ପରେ ଭାରତୀୟ କ୍ରିକେଟ ଦଳ ୨୭ ତାରିଖରେ ହେବାକୁ ଥିବା ସାଉଥ ଆଫ୍ରିକା ସିରିଜ ପାଇଁ ସେଠାକୁ ଯିବେ ବୋଲି ରିପୋର୍ଟରୁ ଜଣାପଡ଼ିଛି। ବିରାଟଙ୍କ ସହ ପତ୍ନୀ ଅନୁଷ୍କା ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛନ୍ତି। ସେଠାରେ ଦୁହେଁ ନୂଆ ବର୍ଷ ପାଳନ କରିବେ।
@imVkohli @AnushkaSharma what a lovely invite. Everything about your wedding has been personal,classy & romantic. Just like you both. God bless. pic.twitter.com/OBHVp2dnE1
— kunal kohli (@kunalkohli) December 16, 2017