ଭୁଟାନ ଭ୍ରମଣରେ ବିରୁଷ୍କାଙ୍କୁ ମିଳିଲେ ନୂଆ ବନ୍ଧୁ

ନୂଆଦିଲ୍ଲୀ: ଭୁଟାନ ଭ୍ରମଣରେ ଯାଇଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ସେଠାରେ ନୂଆ ସାଥୀ ମିଳି ଯାଇଛନ୍ତି। ସେମାନଙ୍କ ସହ ଉଠାଇଥିବା ଫଟୋକୁ ଉଭୟ ଅନୁଷ୍କା ଓ କୋହଲି ନିଜ ନିଜ ଟ୍ବିଟର୍‌ ଆକାଉଣ୍ଟରେ ପ୍ରକାଶ କରିବା ପରେ ଏହା ବେଶ୍ ଚର୍ଚିତ ହେବାରେ ଲାଗିଛି। ଗୋଟିଏ ଫଟୋରେ ବିରୁଷ୍କା ଦୁଇଟି ଛୋଟ ବାଛୁରୀ ସହ ଖେଳୁଥିବା ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ଫଟୋରେ ଅନୁଷ୍କା ଏକ କୁକୁର ଛୁଆକୁ ‌କୋଳେଇ ଧରିଛନ୍ତି। ଏହା ତଳେ ଅନୁଷ୍କା ‘ଭଲ ପାଇବା ଭଲ ପାଇବାକୁ ଚିହ୍ନେ’ ବୋଲି ଲେଖିଛନ୍ତି। ଆଉ ଏକ ଫଟୋ‌ରେ ବିରାଟ ଓ ଅନୁଷ୍କା ପାହାଡ଼ ଚଢ଼ାରେ ଯାଇଥିଲା ବେଳେ ସେଠାକାର କିଛି ଲୋକଙ୍କ ସହ ତଳେ ବସିଥିବା ‌ଦେଖିବାକୁ ମିଳୁଛି। ସେମାନେ ବିରୁଷ୍କାଙ୍କୁ ଚିହ୍ନି ନଥିଲେ ମଧ୍ୟ ସେମାନଙ୍କୁ ଆତିଥେୟତା ପ୍ରଦାନ କରି ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ଦେଇଥିବା ଅନୁଷ୍କା ଲେଖିଛନ୍ତି।

ସମ୍ବନ୍ଧିତ ଖବର