ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ବିଶାଖାପାଟଣା ଟେ‌ଷ୍ଟ୍‌ରେ ବିଶ୍ବ କୀର୍ତ୍ତିମାନ ୩୭ ଛକା

ବିଶାଖାପାଟଣା : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେ‌ଷ୍ଟ୍‌ ସର୍ବାଧିକ ଛକାରେ ନୂଆ ବିଶ୍ବ କୀର୍ତ୍ତିମାନ କରିଛି। ଏହି ଟେଷ୍ଟ୍‌ର ୪ଟି ପାଳିରେ ଉଭୟ ଦଳର ବ୍ୟାଟ୍‌ସମ୍ୟାନ୍‌ମାନେ ମୋଟ ୩୭ ଛକା ମାରିଥିଲେ ଯାହାକି କୌଣସି ଗୋଟିଏ ଟେଷ୍ଟରେ ସର୍ବାଧିକ ସଂଖ୍ୟକ କୀର୍ତ୍ତିମାନ ପାଇଛି। ରବୀନ୍ଦ୍ର ଜାଦେଜାଙ୍କୁ ମିଡ୍‌ ୱିକେଟ୍‌ ଉପରେ ଡାନେ ପିଦ୍‌ ମାରିଥିବା ଛକା ଏହି ଟେଷ୍ଟ୍‌ର ୩୬ତମ ଥିଲା। ଅବଶ୍ୟ ଏହାପରେ କାଗିସୋ ରବାଦା ଏକ ଛକା ମାରି ମୋଟ ସଂଖ୍ୟାକୁ ୩୭ରେ ପହଞ୍ଚାଇଥିଲେ। ଏହା ପୂର୍ବରୁ ଗୋଟିଏ ଟେଷ୍ଟ୍‌ରେ ସର୍ବାଧିକ ଛକା ସଂଖ୍ୟା ୩୫ ଥିଲା। ଯାହାକି ୨୦୧୪ ନଭେମ୍ବରରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ୍‌ ସାର୍‌ଜା ଟେଷ୍ଟ୍‌ରେ ଏହି ସଂଖ୍ୟା ବିଶ୍ବ କୀର୍ତ୍ତିମାନ ଥିଲା। ଏହା ପୂର୍ବରୁ ଭାରତରେ କୌଣସି ଗୋଟିଏ ଟେଷ୍ଟ୍‌ରେ ସର୍ବାଧିକ ୨୦ ଛକା ଦେଖିବାକୁ ମିଳିଥିଲା। ୨୦୦୯ରେ ଶ୍ରୀଲଙ୍କା ବିପକ୍ଷ ମୁମ୍ବାଇ ଟେଷ୍ଟ୍‌ରେ ଏବଂ ଗତବର୍ଷ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ରାଜକୋଟରେ ସମାନ ସଂଖ୍ୟକ ୨୦ ଲେଖାଏଁ ଛକା ଦେଖିବାକୁ ମିଳିଥିଲା। ତେବେ ବିଶାଖାପାଟଣା ଟେଷ୍ଟ୍‌ କରିଥିବା କୀର୍ତ୍ତିମାନରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମାଙ୍କ ଯୋଗଦାନ ସର୍ବାଧିକ ଥିଲା। ମୋଟ ୩୭ରୁ ରୋହିତ ଏକା ୧୩ ଛକା ମାରିଥିଲେ। ସେ ପ୍ରଥମ ପାଳିରେ ୬ ଓ ଦ୍ବିତୀୟ ପାଳିରେ ୭ ଛକା ମାରିଥିଲେ। ବ୍ୟକ୍ତିଗତ ଭାବେ ଗୋଟିଏ ଟେଷ୍ଟ୍‌ରେ ସର୍ବାଧିକ ଛକା ମାରିବାରେ ରୋହିତ ମଧ୍ୟ ପାକିସ୍ତାନର ପୂର୍ବତନ ଅଲ୍‌ରାଉଣ୍ଡର ୱାସିମ୍‌ ଆକ୍ରମ୍‌ଙ୍କ ଟପି ଯାଇଥିଲେ।

ସମ୍ବନ୍ଧିତ ଖବର