ବିଶାଖାପାଟଣା: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ (୫୦ ରନ୍‌, ୩୬ ବଲ୍‌, ୬ ଚୌକା ଓ ଗୋଟିଏ ଛକା) ବଳରେ ରବିବାର ଅଷ୍ଟ୍ରେଲିଆକୁ ଭାରତ ୧୨୭ ରନ୍‌ ଟାର୍ଗେଟ ଦେଇଛି। ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ଭାରତ ୧୨୬ ରନ୍‌ କରିଛି। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୨୯ ରନ କରିଛନ୍ତି। ନାଥାନ କଲଟର ନାଇଲଙ୍କୁ ୩ଟି ଓ୍ଵକେଟ ମିଳିଥିବା ବେଳେ ବେହରନଡ୍ରଫ, ଆଦାମ ଜାମ୍ପା ଓ ପେଟ କମ୍ବିନସ୍‌ଙ୍କୁ ୧-୧ ଓ୍ଵିକେଟ ମିଳିଛି।

Advertisment

ଆନ୍ଧ୍ରପ୍ରଦେଶର ବିଶାଖପାଟଣାସ୍ଥିତ ଓ୍ଵାଇ ଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ସ୍କୋର ୧୪ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବରେ ଭାରତ ରୋହିତ ଶର୍ମା (୫ ରନ୍‌)ଙ୍କୁ ହରାଇଥିଲା। ଆଦାମ୍‌ ଜାମ୍ପାଙ୍କ ବଲ ଜସନ ବେହେରନଡ୍ରଫଙ୍କୁ କ୍ୟାଚ୍‌ ଦେଇଥିଲେ ରୋହିତ।

publive-image

ଭାରତ ପାଇଁ ଅଧିନାୟକ ବିରାଟ କୋହଲି ୧୭ଟି ବଲ ଖେଳି ୨୪ ରନ୍‌ କରିଛନ୍ତି। ଏଥିରେ ୩ଟି ଚୌକା ସାମିଲ ଅଛି। ଆଦାମ ଜାମ୍ପାଙ୍କ ବଲ କଲଟର ନାଇଲଙ୍କୁ କ୍ୟାଚ ଦେଇ ବିରାଟ ଆଉଟ ହୋଇଛନ୍ତି। ଭାରତୀୟ ବ୍ୟାଟସ୍‌ମ୍ୟାନ ଋଷଭ ପନ୍ତ (୩ ରନ), ଦିନେଶ କାର୍ତ୍ତିକ (୧ ରନ୍‌), କ୍ରୁନାଲ ପାଣ୍ଡ୍ୟା (୧ ରନ୍‌), ଉମେଶ ଯାଦବ (୨ ରନ୍‌) କରିଛନ୍ତି।

ଭାରତ ଦ୍ୱିତୀୟ ଇନିଂସରେ ସର୍ବାଧିକ ୫୫ ରନ୍‌ ଭାଗିଦାରି ହୋଇଛି। ସ୍କୋର ୮୦ ରନରେ ଋଷଭ ପନ୍ତ, ୯୨ ରନ୍‌ରେ ଲୋକେଶ ରାହୁଲ, ୯୪ ରନରେ ଦିନେଶ କାର୍ତ୍ତିକ, ୧୦୦ ରନ୍‌ରେ କ୍ରୁନାଲ ପାଣ୍ଡ୍ୟା, ୧୦୯ ରନ୍‌ରେ ଉମେଶ ଯାଦବ ପାଭଲିଅନ୍‌ ଫେରିଥିଲେ।