ଭୁବନେଶ୍ୱର: ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇ ଦିଡ଼ ଧରି ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ ଖେଲଗାଓଁରେ ଆୟୋଜିତ ହୋଇଯାଇଥିବା ସର୍ବଭାରତୀୟ ମାଓ୍ଵତେକା ଆମନ୍ତ୍ରଣୀୟ କରାଟେ ପ୍ରତିଯୋଗିତାରେ ଭାଲେନା ଭାଲେଣ୍ଟିନାଙ୍କ ଦ୍ୱାରା ପରିଚାଳିତ ଭିଭି କରାଟେ ସ୍କୁଲ୍ ଚମତ୍କାର ପ୍ରଦର୍ଶନ କରିଛି। ପ୍ରତିଯୋଗିତାରେ ଏହି ସ୍କୁଲ୍ର ମୋଟ ୨୩ ଜଣ ଭାଗ ନେଇଥିଲା ବେଳେ ଭିଭି କରାଟେକାମାନେ ୧୯ ସ୍ୱର୍ଣ୍ଣ, ୧୪ ରୌପ୍ୟ ଓ ୪ କାଂସ୍ୟ ସହିତ ମୋଟ ୩୭ ପଦକ ଜିତି ପ୍ରଥମ ଉପବିଜେତା ହୋଇଥିଲେ। ଉଭୟ କାଟା ଓ କୁମିତେରେ ଭାଲେନା ଭାଲେଣ୍ଟିନା, ଜସ୍ମିନ୍ ପି ମିଶ୍ର, ଅମୋଘ ରାଜ, ସାଇ ଶିବ ନାରାୟଣ ଏବଂ ଶୁଭମ୍ ସାମଲ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ଚିନ୍ମୟ ସୁବୁଦ୍ଧି ସ୍ୱର୍ଣ୍ଣ, ରୌପ୍ୟ, ସୁରୋମିତା ସିହ୍ନା ସ୍ୱର୍ଣ୍ଣ, କାଂସ୍ୟ, ବେଦାନ୍ତ ଦାସ ସ୍ୱର୍ଣ୍ଣ, ରୌପ୍ୟ, ଆଂଶିକା ମହାପାତ୍ର ସ୍ୱର୍ଣ୍ଣ (କାଟା), ଅଭିଜିତ୍ ମହାନ୍ତି ଉଭୟରେ ରୌପ୍ୟ, ଦିବ୍ୟକ ନାୟକ ସ୍ୱର୍ଣ୍ଣ, କାଂସ୍ୟ, ଦତ୍ତତ୍ରେୟ ସାମଲ ରୌପ୍ୟ (କାଟା), ଅନନ୍ୟା ପ୍ରଧାନ ସ୍ୱର୍ଣ୍ଣ, କାଂସ୍ୟ, ଆଲିସା ସୁବୁଦ୍ଧି ରୌପ୍ୟ, ସ୍ୱର୍ଣ୍ଣ, ଆର୍ଯ୍ୟମନ୍ ମିଶ୍ର ଉଭୟ ରୌପ୍ୟ, ଶ୍ୟାମଳୀ ବୋଷ ଉଭୟ ରୌପ୍ୟ, ମାଷ୍ଟା ଅମରେଶ ଦେ ସ୍ୱର୍ଣ୍ଣ (କାଟା), ହ୍ରିତିକ୍ କୁମାର ମିଶ୍ର ରୌପ୍ୟ (କାଟା), ରୁଦ୍ର ପ୍ରସାଦ ସ୍ୱର୍ଣ୍ଣ (କାଟା), ଅଭିଜିତ୍ ବଟୁ ରୌପ୍ୟ (କାଟା) ପଦକ ହାସଲ କରି ଗୌରବ ବହନ କରିଛନ୍ତି। ଏହି ସଫଳତା ପାଇଁ ଭିଭି କରାଟେ ସ୍କୁଲ୍ର ପରିଚାଳିକା ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସ୍କୁଲ୍ର ଦୁଇ କରାଟେକା ବିଦ୍ୟାକରଣ ସାହୁ ଓ ଆଂଶିକା ମହାପାତ୍ର ଭାରତୀୟ କରାଟେ ସଂଘ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଉପକନିଷ୍ଠ ଜାତୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଆସନ୍ତା ୧୯ ତାରିଖ ଦିନ ଦିଲ୍ଲୀ ଯାତ୍ରା କରିବେ।
ସର୍ବଭାରତୀୟ ମାଓ୍ଵତେକା ଆମନ୍ତ୍ରଣୀୟ କରାଟେ
ଭିଭି କରାଟେ ସ୍କୁଲ୍ ଜିତିଲା ୩୭ ପଦକ
/sambad/media/post_attachments/wp-content/uploads/2018/04/karate1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)