ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଲିଗ୍ 'ଆଇପିଏଲ୍'ର ମୁଖ୍ୟ ପ୍ରାୟୋଜକ ପଦରୁ ଓହରିବାର ମାତ୍ର କିଛି ଦିନ ପରେ ଚାଇନିଜ୍ ମୋବାଇଲ୍ କଂପାନି ଭିଭୋ ପେସାଦାର କବାଡ଼ି ପ୍ରତିଯୋଗିତା 'ପ୍ରୋ କାବାଡ଼ି ଲିଗ୍ (ପିକେଏଲ୍)'ର ପ୍ରାୟୋଜକ ପଦରୁ ମଧ୍ୟ ଓହରି ଯାଇଛି। ସେହିଭଳି ଭିଭୋ ମଧ୍ୟ ଚର୍ଚିତ ରିଅଲିଟି ସୋ' ବିଗ୍ ବସ୍ ସହ ସଂପର୍କ ତୁଟାଇବାର ସଙ୍କେତ ଦେଇଛି। ପିକେଏଲ୍ର ମୁଖ୍ୟ ପ୍ରାୟୋଜକ ଭାବେ କଂପାନି ବର୍ଷକୁ ୬୦ କୋଟି ଟଙ୍କା ପ୍ରଦାନ କରୁଥିଲା। ଲଦାଖ ସୀମାରେ ଉତ୍ତେଜନା ପାଇଁ ଭାରତ-ଚୀନ୍ ସଂପର୍କରେ ତିକ୍ତତା ଦେଖାଇ ଦେଇଥିଲା ବେଳେ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ମାତ୍ରାଧିକ ପ୍ରଚାର ପ୍ରସାରରୁ ଦୂରେଇ ରହିବାକୁ ଭିଭୋ ନିଷ୍ପତ୍ତିି ନେଇଛି। ସେଥିପାଇଁ ବଡ଼ ବଡ଼ ପ୍ରତିଯୋଗିତାର ପ୍ରାୟୋଜକ ପଦରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି। ବିଶ୍ବାସଘାତକ ଚୀନ୍ର ଚକ୍ରାନ୍ତ ପାଇଁ ୨୦ ଜଣ ଭାରତୀୟ ଯବାନ ଲଦାଖର ଗଲୱାନ ଘାଟିରେ ସହିଦ ହେବା ପରେ କିନ୍ତୁ ଏହି କଂପାନିକୁ ଆଇପିଏଲ୍ ତଥା ଅନ୍ୟ ଭାରତୀୟ ଲିଗ୍ର ପ୍ରାୟୋଜକ ପଦରୁ ହଟାଇବାକୁ ଦେଶର ବିଭିନ୍ନ ସାମାଜିକ ସଂଗଠନ ଦାବି କରିଆସୁଥିଲେ। ଯାହା ଫଳରେ ଭିଭୋ ବ୍ରାଣ୍ଡ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ସହ କଂପାନିର ବିକ୍ରି ରାଜସ୍ବ ମଧ୍ୟ ପୂର୍ବାପେକ୍ଷା କମିଛି। ଏଣୁ କଂପାନି ପ୍ରଚାର ପ୍ରସାର ପରିବର୍ତ୍ତେ ଅଧିକ ରିହାତି ପ୍ରଦାନ ଉପରେ ଜୋର ଦେଉଛି। ପିକେଏଲ୍ ପାଇଁ ଷ୍ଟାର ଇଣ୍ଡିଆ ସହ ଭିଭୋ ପାଞ୍ଚ ବର୍ଷୀୟା ଚୁକ୍ତି କରିଥିଲା। ଏଥିପାଇଁ କଂପାନି ୩୦୦ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲା। ତେବେ ଏହି ଚୁକ୍ତିରୁ ଓହରି ଯିବା କଥା କଂପାନି ଷ୍ଟାର ଇଣ୍ଡିଆକୁ ଜଣାଇ ସାରିଥିବାର ସୂଚନା ମିଳିଛି। ସେହିଭଳି କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ବିଗ୍ ବସ୍ ରିଅଲିଟି ସୋ' ପାଇଁ ଭିଭୋ ବାର୍ଷିକ ୩୦ କୋଟି ଟଙ୍କା ଏବଂ ମୋଟ ଉପରେ ୬୦ କୋଟି ଟଙ୍କାରେ ଦୁଇ ବର୍ଷୀୟା ଚୁକ୍ତି କରିଥିଲା। ତେବେ ଏଥିରୁ ମଧ୍ୟ କଂପାନି ଓହରି ଯାଇଥିବା ଜଣାପଡ଼ିଛି।
ଆଇପିଏଲ୍ ପରେ ପିକେଏଲ୍ରୁ ଓହରିଲା ଭିଭୋ
/sambad/media/post_attachments/wp-content/uploads/2020/08/vivo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)