ଭୁବନେଶ୍ବର: ଦକ୍ଷିଣ ଆଫ୍ରିକାର ଡର୍ବାନ୍ ସହରରେ ନଭେମ୍ବର ୨୯ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ନବମ ରାଜ୍ୟଗୋଷ୍ଠୀ କରାଟେ ପ୍ରତିଯୋଗିତାରେ ଭିଭି କରାଟେ ସ୍କୁଲ୍ ୧୭ ପଦକ ହାସଲ କରି ଚମତ୍କାର ସଫଳତା ପାଇଛି। ପ୍ରତିଯୋଗିତାରେ ୯ ଭିଭି କରାଟେକା ଅଂଶ ଗ୍ରହଣ କରିଥିଲା ବେଳେ ଜିତିଛନ୍ତି ୭ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୮ କାଂସ୍ୟ ପଦକ। ବିଦ୍ୟା କୀରଣ ଓ ଆଂଶିକା ମହାପାତ୍ର (ବ୍ୟକ୍ତିଗତ କାଟା ଓ ଦଳଗତ କାଟା) ୨ ଲେଖାଏଁ ସ୍ବଣ୍ଣର୍ ପଦକ ପାଇଥିଲା ବେଳେ ସୁରୋମିତା ସିହ୍ନା ଦଳଗତ କାଟାରେ ସ୍ବର୍ଣ୍ଣ, ବ୍ୟକ୍ତିଗତରେ କାଂସ୍ୟ, ଆଲିଶା ସୁବୁଦ୍ଧି ବ୍ୟକ୍ତିଗତ କାଟାରେ ସ୍ବର୍ଣ୍ଣ, ବ୍ୟକ୍ତିଗତ ଫାଇଟିଂରେ ରୌପ୍ୟ, ବେଦାନ୍ତ ଦାସ ବ୍ୟକ୍ତିଗତ କାଟାରେ ରୌପ୍ୟ, ଦଳଗତରେ କାଂସ୍ୟ, ଭାଲିନା ଭାଲେଣ୍ଟିନା ବରିଷ୍ଠ ମହିଳା ବ୍ୟକ୍ତିଗତ କାଟାରେ କାଂସ୍ୟ, ଜସ୍ମିନ୍ ପି ମିଶ୍ର ବ୍ୟକ୍ତିଗତ କାଟା ଓ ଫାଇଟିଂରେ ୨ କାଂସ୍ୟ, ଦିବ୍ୟକ୍ ନାୟକ ଓ ରୁଦ୍ର ପ୍ରସାଦ ଦଳଗତ କାଟାରେ କାଂସ୍ୟ ଜିତିଥିଲା ବେଳେ ଦଳଗତ କାଟାରେ ବାଳିକାମାନେ ସ୍ବର୍ଣ୍ଣ ଓ ବାଳକମାନେ କାଂସ୍ୟ ପଦକ ହାତେଇଥିଲେ।
ରାଜ୍ୟଗୋଷ୍ଠୀ କରାଟେ: ଭିଭି କରାଟେକାଙ୍କୁ ୧୬ ପଦକ
/sambad/media/post_attachments/wp-content/uploads/2018/12/6-Valena-Valentina.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)