ମେଲବର୍ନ: ଆଜକୁ ୧୯ ବର୍ଷ ତଳେ ଅର୍ଥାତ୍ ୨୦୦୧ ମସିହାରେ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ୨୮୧ ରନ୍ର ଅବିଶ୍ବସନୀୟ ପାଳି ଖେଳି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଭାରତକୁ ଏକ ଅସାଧାରଣ ବିଜୟ ଉପହାର ଦେଇଥିଲେ। ପ୍ରଥମ ପାଳିରେ ଫଲୋଅନ୍ ହେବା ପରେ ଦ୍ବିତୀୟ ପାଳିରେ ଲକ୍ଷ୍ମଣଙ୍କ ସାହାସିକ ବ୍ୟାଟିଂ ପାଇଁ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଅନନ୍ୟ ବିଜୟ ହାସଲ କରିବା ସହ ସ୍ମରଣୀୟ ଶୃଙ୍ଖଳା ବିଜୟ ଲାଭ କରିଥିଲା। ଲକ୍ଷ୍ମଣଙ୍କ ସହ 'ଦି ୱାଲ' ରାହୁଲ ଦ୍ରାବିଡ଼ ମଧ୍ୟ ଏହି ଉତଥାନ ପତନ ଓ ରୋମାଞ୍ଚଭରା ଟେଷ୍ଟ୍ ମ୍ୟାଚ୍ରେ ୧୮୦ ରନ୍ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ତେବେ ଲକ୍ଷ୍ମଣଙ୍କ ସେହି ଷ୍ଟ୍ରୋକଭରା ପାଳିକୁ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଇଆନ୍ ଚାପେଲ ସ୍ପିନ୍ ବିପକ୍ଷରେ ଖେଳା ଯାଇଥିବା ସର୍ବକାଳୀନ ଶ୍ରେଷ୍ଠ ପାଳି ତାଲିକାରେ ସ୍ଥାନ ଦେଇଛନ୍ତି। ଉଚ୍ଚ ଗୁଣମାନର ସ୍ପିନ୍ ବୋଲିଂ ବିପକ୍ଷରେ ଖେଳା ଯାଇଥିବା ବହୁ ପାଳି ମଧ୍ୟରୁ ମାତ୍ର ଦୁଇଟି ପାଳିକୁ ଚାପେଲ ନିଜ ପସନ୍ଦର ପାଳି ଭାବେ ବର୍ଣ୍ଣନା କରିଛନ୍ତି। ଗୋଟିଏ ଲକ୍ଷ୍ମଣଙ୍କର ହୋଇଥିଲା ବେଳେ ଅନ୍ୟଟି ହେଉଛି, ଅଷ୍ଟ୍ରେଲିଆର ମହାନ ଖେଳାଳି ଡଗ୍ ୱାଲଟର ୧୯୬୯ ମସିହାରେ ତତକାଳୀନ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ)ଠାରେ ହାସଲ କରିଥିବା ଶତକ। ୱାଲଟର ସେତେବେଳେ ଏମଏ ଚିଦାମ୍ବରମ୍ ଷ୍ଟାଡିୟମର ଅତ୍ୟନ୍ତ କଠିନ ପିଚ୍ରେ ଏରାପଲ୍ଲୀ ପସନ୍ନାଙ୍କ ଭଳି ବୋଲରଙ୍କର ସମ୍ମୁଖୀନ ହୋଇ ଦୀର୍ଘ ୧୪ ଘଣ୍ଟା ଧରି କ୍ରିଜ୍ରେ ରହିବାକୁ ସକ୍ଷମ ହୋଇଥିଲେ। ସେଥିମଧ୍ୟରେ ଦୁଇଟି ଛକା ମାରି ସେ ଶତକ ହାସଲ କରିବାର ଗୌରବ ଅର୍ଜନ କରିଥିଲେ। ତେବେ ଲକ୍ଷ୍ମଣ କୋଲକାତାରେ କରିଥିବା ବ୍ୟାଟିଂ ତାଙ୍କ ମନ ଜିତି ନେଇଥିଲା ବୋଲି ଚାପେଲ କହିଛନ୍ତି। ''ଇଡେନ୍ ଗାର୍ଡେନ୍ସରେ ଲକ୍ଷ୍ମଣଙ୍କ ଖେଳିଥିବା ସେହି ୨୮୧ ରନ୍ର ପାଳି, ସ୍ପିନ୍ ବୋଲିଂ ବିପକ୍ଷରେ ମୁଁ ଦେଖିଥିବା ସର୍ବକାଳୀନ ଶ୍ରେଷ୍ଠ ପାଳି ମଧ୍ୟରୁ ଅନ୍ୟତମ, ସେହି ଘଟଣା ବହୁଳ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ପରେ ସେତେବେଳର ଶ୍ରେଷ୍ଠ ସ୍ପିନର, ସେନ୍ ୱାର୍ନଙ୍କୁ ମୁଁ ଲକ୍ଷ୍ମଣଙ୍କ ବ୍ୟାଟିଂ ବିଷୟରେ ପାଚରି ଥିଲି। ସେ କହିଥିଲେ ମୁଁ ସେତେ ଖରାପ ବୋଲିଂ କରି ନଥିଲି, ଏବଂ ମୁଁ ଉତ୍ତର ଦେଇଥିଲି ଯେ ହଁ ଏହା ପୂରା ଶତ। ସେହି ଶୃଙ୍ଖଳାରେ ଲକ୍ଷ୍ମଣଙ୍କ ଫୁଟ୍ୱାର୍କ ଉଚ୍ଚକୋଟିର ଥିଲା। ସେ ଉଭୟ ବ୍ୟାକ୍ ଓ ଫ୍ରଣ୍ଟ ଫୁଟ୍ରେ ବହୁତ ଭଲ ବ୍ୟାଟିଂ କରିଥିଲେ। ନିଜ ୪୫୨ ବଲ୍ ପାଳି ମଧ୍ୟରେ ଲକ୍ଷ୍ମଣ ନିୟମିତ ଭାବେ ଏହା କରି ଚାଲିଥିଲେ। ସେଥିପାଇଁଳ ସେ ୪୪ ଚୌକା ମାରିବାକୁ ସକ୍ଷମ ହୋଇଥିଲେ। ସେ ବରାବର ବଲ୍କୁ ଉପରେ ନଖେଳି ତଳେ ଖେଳି ଚାଲିଥିଲେ'' ଚାପେଲ ମଧ୍ୟ ଲକ୍ଷ୍ମଣଙ୍କ ଏକାଗ୍ରତା ଓ ଶାନ୍ତ ସ୍ବଭାବକୁ ପ୍ରଶଂସା କରିଛନ୍ତି। ତେବେ ଦୀର୍ଘ ମିଆଦି ସୂତ୍ରରେ ୱାଲଟରଙ୍କୁ ଚାପେଲ ସ୍ପିନ୍ ବୋଲିଂର ଶ୍ରେଷ୍ଠ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି।
ଚାପେଲଙ୍କ ଶ୍ରେଷ୍ଠ ସ୍ପିନ୍ ପାଳିରେ ଲକ୍ଷ୍ମଣଙ୍କ ‘୨୮୧’
/sambad/media/post_attachments/wp-content/uploads/2020/04/fhk87fk89f7hk98fh7k98fhkfhkfhkhkhkhkhkhkhkhkhkhkhkhkhkhkhkhkhkhkhkhkhkhkhkhkhkhkhk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)