ଆତ୍ମବିଶ୍ବାସ ଭରା ବାଂଲାଦେଶ ବିପକ୍ଷରେ ସଫଳ ପ୍ରତ୍ୟାବର୍ତନ କରି ଶୃଙ୍ଖଳା ବିଜୟୀ ହୋଇଥିବା ଭାରତୀୟ କ୍ରିକେଟ୍ ଦଳ ନିଜ ପ୍ରଦର୍ଶନକୁ ନେଇ ନିଶ୍ଚିତ ଭାବେ ଗର୍ବ ଅନୁଭବ କରୁଥିବ। ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତର ପ୍ରସ୍ତୁତି ଯେ ଠିକ୍ ଚାଲିଛି, ତାହା ଏହି ଶୃଙ୍ଖଳାରୁ ପ୍ରମାଣିତ ହୋଇଛି। ନୂଆଦିଲ୍ଲୀରେ ଅପ୍ରତ୍ୟାଶିତ ପରାଜୟ ପରେ ୟୁଜବେନ୍ଦ୍ର ଚହଲ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ରାଜକୋଟରେ ରୋମାଞ୍ଚକର କ୍ରିକେଟ୍ ଖେଳିଲେ। ନାଗପୁରର ଶୃଙ୍ଖଳା ନିର୍ଣ୍ଣାୟକରେ ଯୁବ ଖେଳାଳିମାନେ ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଲେ। ଯାହା ବ୍ୟକ୍ତିଗତ ଭାବେ ମୋତେ ବହୁତ ଆନନ୍ଦିତ କରିଛି। କଷ୍ଟକର ପିଚ୍ରେ ଲୋକେଶ ରାହୁଲ ତାଙ୍କ ଅନନ୍ୟ ପ୍ରତିଭାର ଆଉ ଏକ ଝଲକ ଦେଖାଇଲେ। ଶକ୍ତି ଅପେକ୍ଷା ଟାଇମିଂ ଉପରେ ଅଧିକ ଧ୍ୟାନ ଦେଇ ସେ ସଫଳ ହେଲେ। ଶ୍ରେୟସ୍ ଆୟର ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ କଲେ। ଭାରତର ୪ ନମ୍ବର ସ୍ଥାନ ଲାଗି ସେ ହିଁ ଯୋଗ୍ୟ ପ୍ରାର୍ଥୀ ବୋଲି ପୁଣି ଥରେ ପ୍ରମାଣିତ କଲେ। ମୋ ମତରେ ଭାରତ ବିଜୟର ଅସଲ ନାୟକ ଚହର ଥିଲେ। ଶ୍ରେଷ୍ଠ ବୋଲିଂ ଚିତ୍ର ସହ ଟ୍ବେଣ୍ଟି-୨୦ରେ ସେ ଭାରତ ପକ୍ଷରୁ ପ୍ରଥମ ହ୍ୟାଟ୍ରିକ୍ ହାସଲ କଲେ। ଚହର ଗତ କିଛି ବର୍ଷ ମଧ୍ୟରେ ଜଣେ ପରିପକ୍ବ ବୋଲର ଭାବେ ଉଭା ହୋଇଛନ୍ତି। ସୁଇଂ ବୋଲର ଭାବେ ଖେଳ ଆରମ୍ଭ କରିଥିବା ଚହର ସମୟାନୁକ୍ରମେ ନିଜ ତୁଣୀରେ ନୂଆ ନୂଆ ଅସ୍ତ୍ର ସାମିଲ କରି ପାରିଛନ୍ତି। ଯେ କୌଣସି ସ୍ଥାନ ଏବଂ ପରିସ୍ଥିତିରେ ୱିକେଟ୍ ନେବାର ଦକ୍ଷତା ତାଙ୍କର ଆସିଯାଇଛି। ଚହର ମଧ୍ୟ ନାଗପୁରରେ ଅଗ୍ରଣୀ ବୋଲରର ଭୂମିକା ତ୍ରୁଟିହୀନ ଭାବେ ତୁଲାଇଥିଲେ। ଅନ୍ୟପକ୍ଷରେ ବାଂଲାଦେଶ ଏକ ଭଲ ସୁଯୋଗ ହାତଛଡ଼ା କରି ନିଶ୍ଚିତ ଭାବେ ଦୁଃଖରେ ଥିବ। ଦିଲ୍ଲୀ ବିଜୟ ପରେ ଭାରତ ବିପକ୍ଷରେ ପ୍ରଥମ ଶୃଙ୍ଖଳା ବିଜୟର ସୁବର୍ଣ୍ଣ ସୁଯୋଗ ସେମାନେ ହାତଛଡ଼ା କରିଥିଲେ।
ଚହରଙ୍କ ତୁଣୀରେ ଅନେକ ନୂଆ ଅସ୍ତ୍ର: ଭିଭିଏସ୍ ଲକ୍ଷ୍ମଣ
/sambad/media/post_attachments/wp-content/uploads/2019/10/vvs-laxman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)