ଲୋକପାଳଙ୍କୁ ଚିଠି ଲେଖିଲେ ଉତ୍‌କ୍ଷୀପ୍ତ ଲକ୍ଷ୍ମଣ

ନୂଆଦିଲ୍ଲୀ: ଦୈତ ସ୍ବାର୍ଥ ପ୍ରସଙ୍ଗରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲିଙ୍କ ପରେ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଅଭିଯୁକ୍ତ ଅଛନ୍ତି। ଏହାକୁ ନେଇ ବିସିସିଆଇର ପ୍ରଶାସକଙ୍କ ସମିତି ନିକଟରୁ ଲକ୍ଷ୍ମଣ ସ୍ପଷ୍ଟୀକରଣ ମାଗିଥିଲେ ମଧ୍ୟ ଉତ୍ତର ନ ପାଇବା ଫଳରେ ଏବେ ଲୋକପାଳଙ୍କୁ ପତ୍ର ଲେଖିଛନ୍ତି। ସଚିନଙ୍କ ଭଳି ଲକ୍ଷ୍ମଣ ମଧ୍ୟ ବିସିସିଆଇର କ୍ରିକେଟ ଉପଦେଷ୍ଠା ସମିତି (ସିଏସି) ସଦସ୍ୟ ଅଛନ୍ତି ଏବଂ ଏକ ଆଇପିଏଲ୍ ଦଳ (ହାଇଦ୍ରାବାଦ)ର ଉପଦେଷ୍ଠା ଦାୟିତ୍ବ ତୁଲାଉଛନ୍ତି। ଗତବର୍ଷ ଡିସେମ୍ବର ମାସ ୭ ତାରିଖରୁ ଲକ୍ଷ୍ମଣ ତାଙ୍କ ଓକିଲଙ୍କ ଜରିଆର ଦେଇଥିବା ସତ୍ୟପାଠରେ ଦୈତ ସ୍ବାର୍ଥ ସମ୍ପକିତ ସ୍ପଷ୍ଟୀକରଣ ଚାହିଁଥିଲେ। କିନ୍ତୁ ଇତିମଧ୍ୟରେ ୫ ମାସ ବିତିବାକୁ ବସିଥିଲେ ମଧ୍ୟ ଉତ୍ତର ନ ପାଇ ଉତ୍‌କ୍ଷୀପ୍ତ ହୋଇପଡ଼ିଛନ୍ତି। ଅଭିଯୋଗ ଭିତ୍ତିହୀନ, ଆମେ ଖେଳାଳି କିମ୍ବା ପ୍ରଶିକ୍ଷକଙ୍କ ଚୟନକର୍ତା ନୁହଁ। ସେହିଭଳି ସିଏସି ମଧ୍ୟ ଏକ ସ୍ଥାୟୀ ଅନୁଷ୍ଠାନ ନୁହେଁ ବୋଲି ଲକ୍ଷ୍ମଣ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର