ପଡ଼ିଆରେ ଓ୍ଵାଗ୍ସ ମେଳି

ମେସ୍କୋ,: ଫିଫା ବିଶ୍ୱକପ୍‌ ସଂପ୍ରତି ରୁଷିଆରେ ଆଗେଇ ଚାଲିଥିଲା ବେଳେ ପଡ଼ିଆରେ ଖେଳାଳିଙ୍କ ପତ୍ନୀ ଏବଂ ପ୍ରେମିକାମାନଙ୍କ (ଓ୍ଵାଗ୍ସ) ମେଳି ଦେଖିବାକୁ ମିଳିଛି। ଖେଳାଳିମାନେ ମ୍ୟାଚ୍‌ ଖେଳୁଥିଲା ବେଳେ ଓ୍ଵାଗ୍ସ ଗ୍ୟାଲେରି ବସି ମ୍ୟାଚ୍‌ର ପୂରା ମଜା ନେଉଛନ୍ତି। ନିଜ ନିଜର ପ୍ରିୟଜନଙ୍କୁ ପଡ଼ିଆ ବାହାରୁ ସମର୍ଥନ ମଧ୍ୟ କରୁଛନ୍ତି। ସୋମବାର ଖେଳା ଯାଇଥିବା ତୁନାସିଆ ବିପକ୍ଷ ମ୍ୟାଚ୍‌କୁ ୨-୧ ଗୋଲ୍‌ରେ ଇଂଲଣ୍ଡ ଜିତି ନେଇଥିଲା। ଏହି ସମୟରେ ଗ୍ୟାଲେରିରେ ଇଂଲଣ୍ଡର ଜାମି ଭାର୍ଦିଙ୍କ ପତ୍ନୀ ରେବେକା, ହାରି ମାଗୁରେଙ୍କ ପ୍ରେମିକା ଫର୍ନ ହକିନ୍ସ ଏବଂ ନିକି ପାଇକ୍‌ଙ୍କ ପତ୍ନୀ ଆସ୍‌ଲେ ୟଙ୍ଗ୍‌ ଓ ତାଙ୍କ ସନ୍ତାନଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‌ ଅମୀମାଂସିତ ରଖିବା ପରେ ଆଇସ୍‌ଲାଣ୍ଡ୍‌ ପ୍ରବନ୍ଧକ ହେଇମିର୍‌ ହାଲଗ୍ରିମସନ୍‌ ଏବଂ ଖେଳାଳି ଆର୍ନର ଟ୍ରାଉଷ୍ଟାସନ୍‌ ନିଜ ନିଜ ପତ୍ନୀ ଏବଂ ପ୍ରେମିକା ସହ ଉତ୍ସବ ମନାଉଥିବାର ଦେଖିବାକୁ ମିଳିଥିଲେ।

ସମ୍ବନ୍ଧିତ ଖବର