ନୂଆଦିଲ୍ଲୀ: ୱେଲ୍ସର ଅଧିନାୟକ ଗାରିଥ୍ ବାଲେ ଆନ୍ତର୍ଜାତିକ ଫୁଟବଲ୍ରୁ ଅବସର ଘୋଷଣା କରିଛନ୍ତି। ବାଲେ ୱେଲ୍ସ ପାଇଁ ୧୧୧ ମ୍ୟାଚ୍ରେ ପ୍ରତିନିଧିତ୍ବ କରିଛନ୍ତି। ତାଙ୍କ ନେତୃତ୍ବରେ ୱେଲ୍ସ ୨୦୧୬ ୟୁରୋ କପ୍ର ସେମିଫାଇନାଲ୍ରେ ପହଞ୍ଚିଥିଲା ଓ ୧୯୫୮ ପରେ ଗତ କାତାର ସଂସ୍କରଣରେ ପଥମ ଥର ଦଳ ଫିଫା ବିଶ୍ବକପ୍ରେ ଖେଳିଥିଲା। ରିଅଲ ମାଦ୍ରିଦ୍ ପାଇଁ ଖେଳୁଥିବା ବାଲେ ୫ଥର ଚାମ୍ପିଅନ୍ସ ଲିଗ୍ ଟାଇଟଲ ବିଜେତା ହୋଇପାରିଛନ୍ତି। ୨୦୨୨ରେ ଲସ୍ ଆଞ୍ଜେଲେସ୍ ଏଫ୍ସି ସହିତ ଯୋଗଦେବା ପରେ ଖୁବ୍ କମ୍ ସମୟ ମଧ୍ୟରେ ଦଳକୁ ଏମ୍ଏଲ୍ଏସ୍ କପ୍ ଜିତାଇଥିଲେ। ବାଲେଙ୍କ ଅବସର ଘୋଷଣା ପରେ ଲସଆଞ୍ଜେଲେସ୍ ଫୁଟ୍ବଲ କ୍ଲବ୍ ମହାପ୍ରବନ୍ଧକ ଜନ୍ ଥୋରିଙ୍ଗଟନ୍ ତାଙ୍କୁ ପରବର୍ତ୍ତି ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp