ବାତ୍ୟା ତୌକତରେ ୱାଙ୍ଖଡେ ଷ୍ଟାଡିୟମ ସାଇଟ୍‌ସ୍କ୍ରିନ୍‌ ଭାଙ୍ଗିଲା

ମୁମ୍ବାଇ: ବାତ୍ୟା ତୌକତ‌ ପ୍ରଭାବରେ ମୁମ୍ବାଇସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ବ୍ୟପକ କ୍ଷତି ହୋଇଛି। ପବନର ପ୍ରକୋପ ଏତେ ଜୋର୍‌ ଥିଲା ‌ଯେ ନର୍ଥ ଷ୍ଟାଣ୍ଡରେ ଥିବା ପ୍ରାୟ ୧୬ ଫୁଟ ଉଚ୍ଚର ସାଇଟସ୍କ୍ରିନ୍‌କୁ ଉଡାଇ ଦେଇଛି। ୨୦୧୧ ବିଶ୍ବକପ୍‌ ବେଳେ ଏହାର ନିର୍ମାଣ ହୋଇଥିଲା। ଭାଙ୍ଗି ଯାଇଥିବା ସାଇଟ୍‌ସ୍କ୍ରିନ୍‌କୁ ଉଠାଇ ମରାମତି କରାଯିବ ବୋଲି ମୁମ୍ବାଇ କ୍ରିକେଟ୍‌ ସଂଘ (ଏମ୍‌ସିଏ) ପକ୍ଷରୁ କୁହାଯାଇଛି। କାଥୋଲିକ୍‌ ଜିମ୍‌ଖାନା ତଳ ମହଲାରେ ମଧ୍ୟ ପାଣି ପସିଯାଇଛି। ଏଠାରେ ବିଏମ୍‌ସି ପକ୍ଷରୁ ମାର୍ଚ ୩୦ ତାରିଖରୁ କରୋନା ସୁରକ୍ଷା କେନ୍ଦ୍ର କରାଯାଇଥିଲା। ବାତ୍ୟା ମଧ୍ୟ ସେଠାରେ ଥିବା ଶରଦ ପାୱାର ରିକ୍ରିଏସନ୍‌ କେନ୍ଦ୍ରକୁ ପ୍ରଭାବିତ କରିଛି। ସୂଚନାଯୋଗ୍ୟ ଯେ କରୋନା ଯୋଗୁଁ ଅଧାରୁ ସ୍ଥଗିତ ରହିଥିବା ଚଳିତ ବର୍ଷ ଆଇପିଏଲ୍‌ର ୧୦ଟି ମ୍ୟାଚ୍‌ ଏଠାରେ ଖେଳାଯାଇଥିଲା।

ସମ୍ବନ୍ଧିତ ଖବର