ଦିଲ୍ଲୀ କ୍ୟାପିଟାଲ୍ସ ପୁରୁଷ ଆଇପିଏଲ୍ ଦଳର ତାରକା ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ୱାର୍ଣ୍ଣର ଏବଂ ମିଚେଲ ମାର୍ସ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ମହିଳା ପ୍ରିମିୟର ଲିଗ୍ ଦଳର ଖେଳାଳି ଏବଂ କୋଚିଂ ଷ୍ଟାଫ୍ଙ୍କୁ ମୁମ୍ବାଇ ଟିମ୍ ହୋଟେଲରେ ଭେଟିଛନ୍ତି।
ଚଳିତ ଡବ୍ଲୁପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାର ଗୁଜରାଟ ଜିଆଣ୍ଟସକୁ ଭେଟିବା ପୂର୍ବରୁ ୱାର୍ଣ୍ଣର ଓ ମାର୍ସ ଗୁରୁ ମନ୍ତ୍ର ଦେଇଛନ୍ତି। ଚଳିତ ଡବ୍ଲୁପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ମ୍ୟାଚ୍ ଖେଳିସାରିଥିଲା ବେଳେ ୪ ବିଜୟ ସହ ପଏଣ୍ଟ ତାଲିକାରେ ଅପରାଜେୟ ମୁମ୍ବାଇ ଇଣ୍ଡିଆନ୍ସ ପଛକୁ ଦ୍ବିତୀୟରେ ରହିଛି।