ସିଡ୍ନି : ଅଷ୍ଟ୍ରେଲୀୟ କ୍ରିକେଟର୍ ଡେଭିଡ୍ ୱାର୍ଣ୍ଣରଙ୍କୁ ଏଥରର ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୬.୨୫ କୋଟି ଟଙ୍କାରେ କିଣିଛି। ଦିଲ୍ଲୀ ପ୍ରଶଂସକ ଏଥିନେଇ ବେଶ୍ ଖୁସି ଅଛନ୍ତି। ୱାର୍ଣ୍ଣର କିନ୍ତୁ ନିଜ ପୁରୁଣା ଦଳ ସନ୍ରାଇଜର୍ସ ହାଇଦ୍ରାବାଦକୁ ଜମା ଭୁଲି ପାରୁ ନାହାନ୍ତି। ସନ୍ରାଇଜର୍ସକୁ ୱାର୍ଣ୍ଣର ଏକଦା ଆଇପିଏଲ୍ ବିଜେତା କରାଇଥିଲେ। ହେଲେ ଗତ ଋତୁରେ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ୱାର୍ଣ୍ଣର ଅଧିନାୟକ ପଦ ବି ହରାଇଥିଲେ। ଏଥିନେଇ ସେ ଅନେକ ଥର ଆବେଗଭରା ପୋଷ୍ଟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିବା ପରେ ମଧ୍ୟ ସନରାଇଜର୍ସ ଅଧିନାୟକ କେନ୍ ୱିଲିୟମସନ୍ ଏବଂ ତାଙ୍କ ଝିଅ ସହ ଉଠାଇଥିବା ଫଟୋକୁ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ି ସନ୍ରାଇଜର୍ସ ପ୍ରତି ଥିବା ଭଲପାଇବାକୁ ପୁଣି ଥରେ ଦେଖାଇଛନ୍ତି ୱାର୍ଣ୍ଣର। ଫଟୋଟି ତଳେ ସେ ଲେଖିଛନ୍ତି ଯେ ୱିଲିୟମସନ୍ଙ୍କ ସହ ଜଳଖିଆ ଖାଇବା ସମୟକୁ ମିସ୍ କରିବି। ତୁମ ସହ କ୍ରିକେଟ୍ ଖେଳିବାକୁ ମିସ୍ କରିବି ଭାଇ।
ସନ୍ରାଇଜର୍ସକୁ ଭୁଲି ପାରୁନାହାନ୍ତି ୱାର୍ଣ୍ଣର
/sambad/media/post_attachments/wp-content/uploads/2022/02/David-Warner-Posts-Photo-With-Kane-Williamsons-Daughter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)