ଅଭ୍ୟାସ ମ୍ୟାଚ୍‌ରେ ୱର୍ନର ବିଫଳ: ନ୍ୟୁଜିଲାଣ୍ଡଠୁ ହାରିଲା ଅଷ୍ଟ୍ରେଲିଆ

ବ୍ରିସବେନ୍‌: ଚଳିତ ମାସ ୩୦ ତାରିଖରୁ ବିଶ୍ବକପ୍‌ ଆରମ୍ଭ ହେବାକୁ ଥିଲା ବେଳେ ଏହା ପୂର୍ବରୁ ବୁଧବାର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିଛନ୍ତି। ଗୋଟିଏ ବର୍ଷର ବାସନ୍ଦ ପରେ ଡେଭିଡ୍‌ ୱାର୍ନର ଓ ଷ୍ଟିଭ୍‌ ସ୍ମିଥ୍‌ ଅଷ୍ଟ୍ରେଲିଆ ଦଳକୁ ଫେରିଥିଲେ। ଏହି ମ୍ୟାଚ୍‌ରେ ୱାର୍ନର (୦) ବିଫଳ ହୋଇଥିଲା ବ‌େଳେ ସ୍ମିଥ୍‌ (୮୯*, ୭୭ ବଲ୍‌, ୪ ଚୌକା, ୪ ଛକା) ଅପରାଜିତ ଅର୍ଧଶତକ ସହ ଭଲ ପ୍ରତ୍ୟାବର୍ତନ କରିଥିଲେ। ସ୍ମିଥ୍‌ଙ୍କ ସହ ଉସ୍‌ମାନ ଖୱଜା (୫୬) ଏବଂ ଗ୍ଲେନ ମ୍ୟାକ୍ସୱେଲ (୫୨)ଙ୍କ ଅର୍ଧଶତକ ସତ୍ବେ ଅଷ୍ଟ୍ରେଲିଆ କିନ୍ତୁ ଏହି ମ୍ୟାଚ୍‌କୁ ୭ ୱିକେଟ୍‌ରେ ହାରି ଯାଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୬ ୱିକେଟ୍‌ ବିନିମୟରେ ୨୭୭ ରନ୍‌ କରିଥିଲା। ନ୍ୟୁଜିଲାଣ୍ଡର ଡଗ୍‌ ବ୍ରାସୱେଲ୍‌ ୩/୪୫ ବୋଲିଂ ସଫଳତା ପାଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୪୭.୨ ଓଭରରେ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ୱିଲ ୟଙ୍ଗ୍‌ (୧୩୦) ଶତକ ଏବଂ ଟମ ଲାଥମ (୬୯*) ଓ ଜର୍ଜ ୱାର୍କର (୫୬)ଙ୍କ ଅର୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଏହି ସହଜ ବିଜୟ ପାଇଥିଲା। ମିଚେଲ ଷ୍ଟାର୍କ ୨ ୱିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର