ଶିଳ୍ପାଙ୍କୁ ନକ‌ଲ କଲେ ୱାର୍ନର

ସିଡ୍‌ନି: କରୋନା କାଳର ଗୃହାବନ୍ଧ ଜୀବନକୁ ପରିବାର ସହ କଟାଉଥିବା ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ଟିକ୍ ଟକ୍ ଭିଡିଓ କରି ଅନେକ ଲୋକପ୍ରିୟତା ସାଉଣ୍ଟିଛନ୍ତି। ପଞ୍ଜାବୀ ଗୀତଠାରୁ ଆରମ୍ଭ କରି ତେଲଗୁ ହିଟ୍ ନମ୍ବର ପର୍ଯ୍ୟନ୍ତ, ୱାର୍ନର ପରିବାର ଭାରତୀୟ ସଂଗୀତର ତାଳେ ତାଳେ ନାଚିବାକୁ ତାଙ୍କ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି। ଏହି କ୍ଷେତ୍ରରେ ଆଉ ପାଦେ ଆଗେଇ ଯାଇ ୱାର୍ନର ଶନିବାର ତାଙ୍କ ସଦ୍ୟ ପ୍ରକାଶିତ ଇନଷ୍ଟାଗ୍ରାମ ଭିଡିଓ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଅନୁକରଣ କରୁଥିବା ଦେଖିବାକୁ ମିଳୁଛି। ଶିଳ୍ପା ବିଭିନ୍ନ ପ୍ରକାର ମୁଖ ମଣ୍ଡଳ ଅଙ୍ଗଭଙ୍ଗୀ କରୁଥିବାର ଭିଡିଓ ଟିକଟକ୍‌ରେ ପ୍ରକାଶ କରିଥିଲେ। ଏହାକୁ ଦେଖି ୱାର୍ନର ମଧ୍ୟ ଠିକ୍ ତାଙ୍କ ଭଳିଆ ଅଙ୍ଗଭଙ୍ଗୀ କରିବାକୁ ଚେଷ୍ଟା କରିଥିଲେ। ଏହି ଭିଡିଓ ସୁଟିଂ କଲା ବେଳେ ସେ ବହୁତ ହସିଥିଲେ ବୋଲି ୱାର୍ନର କହିଛନ୍ତି। କ୍ରିକେଟ୍ ଜୀବନ କଥା ପଡ଼ିଲେ ଗତ ତିନି ମାସ ମଧ୍ୟରେ ପ୍ରଥମ ଥର ପାଇଁ ୱାର୍ନର ଅଭ୍ୟାସ ଆରମ୍ଭ କରିଛନ୍ତି। ସେ ନିଜ ଘରୋଇ ଦଳ ନ୍ୟୁ ସାଉଥ୍ ୱେଲ୍ସର ପ୍ରାକ୍ ଋତୁ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର