ୱର୍ଣ୍ଣର ୯ ବର୍ଷ ପରେ ବିବିଏଲ୍‌କୁ ଫେରିଲେ

ସିଡ୍‌ନି : ଅଷ୍ଟ୍ରେଲିଆ ବ୍ୟାଟର୍‌ ଡେଭିଡ ୱାର୍ଣ୍ଣର ୯ ବର୍ଷର ଅନୁପସ୍ଥିତି ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଖେଳିବେ। ୩୫ ବର୍ଷୀୟ ଏହି ଅଷ୍ଟ୍ରେଲିଆ ବ୍ୟାଟର୍‌ ୟୁଏଇରେ ହେବାକୁଥିବା ନୂଆ ଅନ୍ତର୍ଜାତୀୟ ଲିଗ୍‌ ଟ୍ବେଣ୍ଟି-୨୦ (ଆଇଏଲ୍‌ଟି୨୦) ଏବଂ ଦକ୍ଷିଣ ଆଫ୍ରିକାରେ ନୂଆ କରି ହେବାକୁଥିବା ଆଉ ଏକ ଲିଗ୍‌ ସହ ବିବିଏଲ୍‌ରେ ଖେଳିବେ ବୋଲି ଜଣାପଡ଼ିଛି। ବିବିଏଲ୍‌ରେ ସେ ସିଡ୍‌ନି ଥଣ୍ଡର ପକ୍ଷରୁ ଖେଳିବେ। ‘‘ବିବିଏଲ୍‌ର ପ୍ରଥମ ଓ ତୃତୀୟ ସଂସ୍କରଣରେ ମୁଁ ସିଡ୍‌ନି ଥଣ୍ଡରରୁ ଖେଳିଥି‌ଲି। ପୁଣି ଏହି ଦଳ ବିଗ୍ ବାସ୍‌ ଲିଗ୍‌କୁ ଫେରିବାକୁ ଯାଉଥିବାରୁ ଉତ୍ସାହିତ ଅଛି’’‌ ବୋଲି ୱାର୍ଣ୍ଣର କହିଛନ୍ତି। ସୂଚନ‌ାଯୋଗ୍ୟ ଯେ ବିବିଏଲ୍‌ର ଦ୍ବାଦଶ ସଂସ୍କରଣ ଚଳିତ ବର୍ଷ ଡିସେମ୍ବର ୧୩ରୁ ୨୦୨୩ ଫେବ୍ରୁଆରି ୪ ପର୍ଯ୍ୟନ୍ତ ଆୟୋଜିତ ହେବ।

ସମ୍ବନ୍ଧିତ ଖବର