ୱାର୍ନରଙ୍କ କଥାରେ ବଲ୍‌ ବିକୃତ କରିଥିଲି: ବନ୍‌କ୍ରଫ୍ଟ

ସିଡ୍‌ନି: ବଲ୍‌ ବିକୃତ କରିବା ମାମଲାରେ ଜଡ଼ିତ ରହି ୯ ମାସ ବାସନ୍ଦ ହୋଇଥିବା ‌ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ କାମେରୁନ ବନ୍‌କ୍ରଫ୍ଟ ବୁଧବାର ବିସ୍ଫୋରକ ବୟାନ ଦେଇଛନ୍ତି। ସାଥୀ ଖେଳାଳି ତଥା ଉପଅଧିନାୟକ ଡେଭିଡ୍‌ ୱାର୍ନର୍‌ଙ୍କ କଥାରେ ପଡ଼ି ସେ ଏଭଳି କଦର୍ଯ୍ୟ କାମ କରିଥିଲେ ବୋଲି ବନ୍‌କ୍ରଫ୍ଟ କହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ବେଳେ ୱାର୍ନର୍‌ ମୋତେ ବଲ୍‌ର ଆକୃତି ବଦଳାଇବା ଲାଗି କହିଥିଲେ। ଆମେ ଯେହେତୁ ଏକାଠି ଖେଳୁଛୁ, ତାଙ୍କ କଥାକୁ ବିଶ୍ବାସକୁ ନେଇ ଏପରି କରିଥି‌ଲି। ଯେଉଁଥି ପାଇଁ ଆଜି ମୋର ସମସ୍ତ ଇଜ୍ଜତ ଏବଂ ଓଜନ ହରାଇବାକୁ ପଡ଼ିଛି। ଏହି ଟି‌କକ ଭୁଲ ପାଇଁ ଏତେ ବଡ଼ ସଜା ଭୋଗିବାକୁ ପଡ଼ୁଛି ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ବଲ୍‌ ବିକୃତ କରିବା ମାମଲାରେ ସଂପୃକ୍ତ ଥିବାରୁ ବନ୍‌କ୍ରଫ୍ଟଙ୍କ ସହ ୱାର୍ନର୍‌ ଏବଂ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ବାସନ୍ଦ ହୋଇଥିଲେ। ୱାର୍ନର୍‌ ଓ ସ୍ମିଥ୍‌ ୧ ବର୍ଷ ଲେଖାଏଁ ଏବଂ ବନ୍‌କ୍ରାଫ୍ଟ ୯ ମାସ ‌ପାଇଁ ବାସନ୍ଦ ହୋଇଥିଲେ।

ସମ୍ବନ୍ଧିତ ଖବର