ଗୌହାଟୀରେ ଆକ୍ରମଣର ଶିକାର ହୋଇ ମଧ୍ୟ ଓ୍ଵାର୍ଣ୍ଣର କହିଲେ, ଧନ୍ୟବାଦ ଭାରତ

ନୂଆଦିଲ୍ଲୀ: ସ୍ୱଦେଶ ଫେରିବା ପୂର୍ବରୁ ଅଷ୍ଟ୍ରେଲିଆର ଓପନର ଡେଭିଡ଼ ଓ୍ଵାର୍ଣ୍ଣର ଭାରତୀୟ କ୍ରିକେଟ ପେମୀଙ୍କୁ ଧନ୍ୟବାଦ କହିଛନ୍ତି। ବିମାନବନ୍ଦରରୁ ଉଡାଜାହାଜ ଆକାଶମାର୍ଗକୁ ଉଠୁଥିବା ବେଳେ, ଓ୍ଵାର୍ଣ୍ଣର ହାତ ହଲାଇ ଭାରତକୁ ସଲାମ ଜଣାଇଛନ୍ତି। ସେ କହିଛନ୍ତି, ଭାରତରେ ଭଲ ଆତିଥ୍ୟ ପାଇଁ ଆମେ ଖୁସି ଅନୁଭବ କରୁଛୁ। କ୍ରିକେଟ ଖେଳିବା ପାଇଁ ଆମେ ଆପଣଙ୍କ ଦେଶକୁ ପୁଣି ଥରେ ଆସିବୁ ବୋଲି ଇଷ୍ଟାଗ୍ରାମରେ ପୋଷ୍ଟ କରି ଓ୍ଵାର୍ଣ୍ଣର କହିଛନ୍ତି। ୩ଟି ଶୃଙ୍ଖଳା ବିଶିଷ୍ଟ ଶୃଙ୍ଖଳାର ହାଇଦ୍ରାବାଦରେ ନିର୍ଣ୍ଣାୟକ ଟି-୨୦ ଖେଳ ହୋଇ ପାରି ନଥିବାରୁ ଆମେ ଦୁଃଖିତ। ଆଶା କରୁଛି ପୁଣି ଥରେ ଆସନ୍ତା ବର୍ଷ ଭେଟ ହେବ।

ଡେଭିଡ ଓ୍ଵାର୍ଣ୍ଣରଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି, ସାହେବ ଲୋକମାନେ ଖରାପ ହୋଇ ନ ଥାନ୍ତି। ପରିସ୍ଥିତି ସେମାନଙ୍କୁ ଖରାପ କରି ଦେଇଥାଏ। ରାଜନୀତି ପରିସ୍ଥିତିର ଦ୍ୱାର ଫିଟାଇ ଥାଏ। ଯଦି ରାଜନୀତିକୁ ବାହାର କରି ଦିଆଯିବ ସବୁ ବ୍ୟବସ୍ଥା ଭଲ ହୋଇଯିବ। ଆଉ ଜଣେ ସମର୍ଥକ କହିଛନ୍ତି, ଓ୍ଵାର୍ଣ୍ଣର ତୁମକୁ ଦେଖି ଭଲ ଲାଗିଲା।

ବିମାନବନ୍ଦରୁ ଉଡାଜାହାଜ ଆକାଶମାର୍ଗକୁ ଉଠୁଥିବା ବେଳେ, ଓ୍ଵାର୍ଣ୍ଣର ହାତ ଉଠାଇ ଭାରତକୁ ସଲାମ ଜଣାଇଛନ୍ତି। ଭାରତରେ ଭଲ ଆତିଥ୍ୟ ପାଇଁ ଆମେ ଖୁସି ଅନୁଭବ କରୁଛୁ। କ୍ରିକେଟ ଖେଳିବା ପାଇଁ ଆମେ ଆପଣଙ୍କ ଦେଶକୁ ପୁଣି ଥରେ ଆସିବୁ ବୋଲି କହିଛନ୍ତି ଓ୍ଵାର୍ଣ୍ଣର।

ସୂଚନାଯୋଗ୍ୟ, ଟିମ୍‌ ଅଷ୍ଟ୍ରେଲିଆର ନୀୟମିତ ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କ ଶାରୀରିକ ଅସୁସ୍ଥା ଯୋଗୁଁ ସେ ସ୍ୱଦେଶ ଫେରି ଯାଇଥିଲେ। ଫଳରେ ଦଳର ଉପଅଧିନାୟକ ଡେଭିଡ଼ ଓ୍ଵାର୍ଣ୍ଣରଙ୍କୁ ଭାରତ-ଅଷ୍ଟ୍ରେଲିଆକୁ ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଅଧିନାୟକ ଦାୟିତ୍ୱ ମିଳିଥିଲା। ଏହି ଶୃଙ୍ଖଳାରେ ଭାରତ ରାଞ୍ଚିରେ ଅନୁଷ୍ଠିତ ବର୍ଷା ବାଧିତ ମ୍ୟାଚରେ ବିଜୟୀ ହୋଇଥିବା ବେଳେ, ଗୌହାଟୀରେ ୮ଓ୍ଵିକେଟରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ସେହିଭଳି ଅକ୍ଟୋବର ୧୩ରେ ହାଇଦ୍ରାବାଦର ଉପଲସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ୩ୟ ଟି-୨୦କୁ ବର୍ଷା ଯୋଗୁଁ ବାତିଲ କରାଯାଇଥିଲା।

ଅଷ୍ଟ୍ରେଲିଆ ଉପରକୁ ଆକ୍ରମଣ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ଆସାମର ଗୌହାଟୀ ଠାରେ ଟି-୨୦ ମ୍ୟାଚ ଖେଳାଯାଇଥିଲା। ମ୍ୟାଚରେ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଟିମ୍‌ ରାତିରେ ହୋଟେଲକୁ ଫେରିବା ରାସ୍ତାରେ ଆକ୍ରମଣର ଶିକାର ହୋଇଥିଲେ। ଅଷ୍ଟ୍ରେଲିଆର ଖେଳାଳିମାନେ ଯେଉଁ ବସ୍‌ରେ ହୋଟେଲକୁ ଫେରୁଥିଲେ, ରାସ୍ତାରେ କିଛି ଲୋକ ପଥରମାଡ଼ କରିଥିଲେ। ଘଟଣାକୁ ପ୍ରଥମେ ଟିମ୍‌ର ଓପନର ଆରୋନ ଫିଞ୍ଚ ଟୁଇଟରେ ପୋଷ୍ଟ କରିଥିଲେ। ବସ୍‌ର କାଚ ଭାଙ୍ଗିବା ଫଟୋକୁ ଆରୋନ ଟୁଇଟରରେ ପୋଷ୍ଟ କରିଥିଲେ। ଆକ୍ରମଣ ଘଟଣାରେ ସନ୍ଦେହ ହେବାରୁ ଆସାମ ପୁଲିସ ୨ଜଣଙ୍କୁ ଗିରଫ କରିଛି। ୩ଟି ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ ଖେଳି ବାରସପରା କ୍ରିକେଟ ଷ୍ଟାଡ଼ିୟମରୁ ଉତ୍ସାହର ସହିତ ଫେରୁଥିବା ଖେଳାଳିମାନେ ଦୁର୍ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୮ଓ୍ଵିକେଟରେ ବିଜୟ ଲାଭ କରିଥିଲା। ଆସାମ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ରାଜ୍ୟ ମୁଖ୍ୟ ସଚିବ ଭିକେ ପିପରସନିଆଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର