ଭୁବନେଶ୍ବର: ବେଙ୍ଗାଲୁରୁର ଓଡ଼ିଆମାନଙ୍କୁ ନେଇ ଗଠିତ ଓଡ଼ିଶା ୟୁଥ୍ ଆନୁକୂଲ୍ୟରେ ସ୍ବାଧୀନତା ଦିବସ ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ୨୪ ଦଳୀୟ ଏହି ପ୍ରତିଯୋଗିତାରେ ସଦା ମଙ୍ଗଳା ୱାରିଅର୍ସ ବିଜେତା ହୋଇଛି। ଫାଇନାଲ୍ରେ ଏହି ଦଳ ୯ ୱିକେଟ୍ରେ ସେନେଟ ରୟାଲ କ୍ରିକେଟ୍ କ୍ଲବ୍କୁ ପରାସ୍ତ କରିଥିଲା। ୯ ବଲ୍ରୁ ୩୯ ରନ୍ କରିଥିବା ମୁରଲୀ ମ୍ୟାଚ୍ର ଏବଂ ରାକେଶ ମହାରଣା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଉଦ୍ଯାପନୀ ଉତ୍ସବରେ ଅନିଲ ସେଟ୍ଟୀ, ଅନୁଲ ନାୟକ, ଆତ୍ମାରାମ ଗଙ୍ଗାରାମ, ଭରତ ମହାପାତ୍ର (ସମାପତି), ସୀତାଂଶୁ ମହାପାତ୍ର (ଉପଦେଷ୍ଟା), ମନ୍ମଥ ରୟ (ସଂପାଦକ) ଏବଂ ନଚିକେତା ବୁଗୁଡ଼ି (ଉପସଭାପତି) ଅତିଥି ଭାବେ ଉପସ୍ଥିତ ଥିଲେ। ଓଡ଼ିଶା ୟୁଥ୍ ପକ୍ଷରୁ ପ୍ରଶାନ୍ତ ଦାଶ, ପ୍ରଶାନ୍ତ ବଳ, ଗୋପୀନାଥ ବିଶ୍ବାଳ, ସଂଜୀବ ଦାସ, ପରାଗ କେଶରୀ, ଦିଲିପ ସାହୁ, ଦିଲିପ ଚାନ୍ଦ, ଶଶାଙ୍କ ଶେଖର, ପରମେଶ୍ବର, ବିଶ୍ବନାଥ ସାହୁ, ବିନାୟକ ସ୍ବାଇଁ ପ୍ରମୁଖ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ। ତେବେ ଓଲିଉଡ୍ ଅଭିନେତା ପୁପ ପମ୍ପମ୍, କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ, ଅର୍ପିତା ଚୌଧୁରୀ, ଅଭିଷେକ ପଣ୍ଡା, ୨୦୨୧ ରଜ କୁଇନ୍ କ୍ରିଷ୍ଣା ସାହୁ, ମିସ୍ ଇଣ୍ଡିଆ ୟୁନିଭର୍ସ ମୁନ୍ମୁନ୍ ସିଂହ ପ୍ରମୁଖ ଉଦ୍ଯାପନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ।
ସ୍ବାଧୀନତା ଦିବସ ଲିଗ୍ ଜିତିଲା ୱାରିଅର୍ସ
/sambad/media/post_attachments/wp-content/uploads/2022/08/65f465fs465h4fs65hfhfhfhfh.jpg)