ଭୁବନେଶ୍ୱରରେ ଓଡ଼ିଶା କ୍ରିକେଟ୍ ଦଳର ନୂଆ କୋଚ୍ ୱାସିମ ଜାଫର

ଭୁବନେଶ୍ୱର: ଭୁବନେଶ୍ୱରରେ ୱାସିମ ଜାଫର । ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ ନୂଆ ଦାୟିତ୍ୱ ପାଇଥିବା ୱାସିମ ଓଡ଼ିଶାରେ ପହଞ୍ଚିଛନ୍ତି । ଏହି ପୂର୍ବତନ ଭାରତୀୟ ଖେଳାଳି ଓଡ଼ିଶାରେ ପହଞ୍ଚିବା ପରେ କହିଛନ୍ତି, ଏହି ଦାୟିତ୍ୱ ମୋ ପାଇଁ ସୌଭାଗ୍ୟ । ଓଡ଼ିଶାରେ ଭଲ ପ୍ରତିଭା ଅଛନ୍ତି, ସଠିକ ଦିଗରେ ଯିବାକୁ ଚେଷ୍ଟା କରିବୁ । ଫଳାଫଳ ଭଲ ମିଳିବ ବୋଲି ଆଶା ବାନ୍ଧିଛନ୍ତି ୱାସିମ ।

ଏହାଛଡା ନିଜେ ଯେହେତୁ ବ୍ୟାଟ୍ସମ୍ୟାନ ଥିଲେ ତେଣୁ ଓଡ଼ିଶାର ବ୍ୟାଟ୍ସମ୍ୟାନଙ୍କୁ ଫାଇଦା ମିଳିବ । ଏପରିକି ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ଦଳକୁ ଆହୁରି ଶକ୍ତିଶାଳୀ କରିବୁ ବୋଲି କହିଛନ୍ତି ୱାସିମ୍ । ଓଡ଼ିଶା କ୍ରିକେଟ ଓ ଓଡ଼ିଶା ଖେଳାଳିଙ୍କୁ ଉପରକୁ ନେବାକୁ ଚେଷ୍ଟା କରିବି ।  କାଲି ଠାରୁ ଅଭ୍ୟାସ ଜାରି ରହିବ, ୩ରୁ ୪ ସପ୍ତାହ ଟ୍ରେନିଂ ଚାଲିବ । ଏହାସହ ଓଡ଼ିଶାର ଖେଳାଳିଙ୍କୁ ଜାତୀୟସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ୱାସିମ୍ । ଆଇପିଏଲ ଉପରେ ସମସ୍ତଙ୍କର ନଜର ରହୁଥିବାରୁ ଓଡ଼ିଶା ଖେଳାଳି କିଭଳି ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବେ ସେ ଦିଗରେ ଚେଷ୍ଟା କରିବେ ବୋଲି କହିଛନ୍ତି ୱାସିମ୍ ।

ସମ୍ବନ୍ଧିତ ଖବର