ହାଇଦ୍ରାବାଦ: ସନ୍ରାଇଜର୍ସ ହାଇଦ୍ରାବାଦ ଅଲ୍ରାଉଣ୍ଡର ୱାସିଂଟନ୍ ସୁନ୍ଦର ଚଳିତ ଆଇପିଏଲ୍ରେ ଆଉ ଖେଳିପାରିବେନି। ମାଂସପେସୀ ଜନିତ ଆଘାତ ସମସ୍ୟା ଯୋଗୁ ସେ ଚଳିତ ଋତୁର ଅବଶିଷ୍ଟ ଅଇପିଏଲ୍ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି ବୋଲି ଗୁରୁବାର ହାଇଦ୍ରାବାଦ ପକ୍ଷରୁ ସୂଚନା ଦେବା ସହ ତାଙ୍କର ସୁସ୍ଥତା କମନା କରିଛି ଏହି ଫ୍ରାଞ୍ଚାଇଜ୍। ୨୩ ବର୍ଷୀୟ ଏହି ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ଚଳିତ ଋତୁରେ ୭ ମ୍ୟାଚ୍ ଖେଳି ୩ ୱିକେଟ୍ ନେବା ସହ ୬୦ ରନ୍ କରିଛନ୍ତି। ୧୦ ଦଳୀୟ ଏହି ପ୍ରତିଯୋଗିତାରେ ସଂପ୍ରତି ହାଇଦ୍ରାବାଦ ୭ ମ୍ୟାଚ୍ ଖେଳି ୨ ବିଜୟ ସହ ଟେବୁଲର ନବମ ସ୍ଥାନରେ ରହିଛି।
ଅବଶିଷ୍ଟ ଆଇପିଏଲ୍ରୁ ବାଦ୍ ପଡ଼ିଲେ ୱାସିଂଟନ୍
/sambad/media/post_attachments/wp-content/uploads/2018/03/washington-sundar-twitter.jpg)