କାନ୍ଧରେ ଆଘାତ ହେବା କାରଣରୁ ଜିମ୍ବାୱେ ସିରିଜରୁ ବାଦ୍‌ ପଡିଲେ ୱାଶିଂଟନ୍ ସୁନ୍ଦର 

ନୂଆଦିଲ୍ଲୀ: ଜିମ୍ବାୱେରେ ଖେଳା ଯିବାକୁ ଥିବା ୩ଟି ଦିନିକିଆ ସିରିଜ୍‌ରୁ ୱାଶିଂଟନ୍‌ ସୁନ୍ଦର ବାଦ୍‌ ପଡିଛନ୍ତି । ରୋୟାଲ ଲଣ୍ଡନ କପ୍‌ରେ ଫିଲ୍ଡିଂ କରୁଥିବା ସମୟରେ ସୁନ୍ଦରଙ୍କ ବାମ କାନ୍ଧରେ ଜୋରରେ ଆଘାତ ଲାଗିଥିଲା । ଯେଉଁ କାରଣରୁ ସେ ଜିମ୍ବାୱେ ସିରିଜରୁ ବାଦ୍‌ ପଡିଛନ୍ତି । ସୁନ୍ଦରଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀକୁ ପଠାଯାଇଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରି ତାଙ୍କ ନାମ ଗୋପନ ରଖି ସୂଚନା ଦେଇଛନ୍ତି । ଗତ ୧୨ ମାସ ମଧ୍ୟରେ ସୁନ୍ଦରଙ୍କର ଏହା ୪ର୍ଥ ଅଘାତ । ଏହି କରାଣରୁ ସେ ଗୋଟେ ପରେ ଗୋଟେ ସିରିଜ୍‌ରୁ ବାଦ୍‌ ପଡୁଛନ୍ତି। ଅନ୍ୟପଟେ ସେ କୋଭିଡ୍‌-୧୯ ପଜେଟିଭ୍‌ ହେବା କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରୁ ମଧ୍ୟ ବାଦ ପଡିଥିଲେ ।

ୱାଶିଂଟନ୍ ସୁନ୍ଦର ଆଘାତ ଯୋଗୁ ବାଦ୍‌ ପଡିଥିବା ସିରିଜ୍‌ ଓ ମ୍ୟାଚ୍‌

୨୦୨୧ ରେ ହାତରେ ଆଘାତ ଯୋଗୁ ଇଂଲଣ୍ଡ ସିରିଜରୁ ବାଦ୍ ପଡିଥିଲେ ।
ସମାନ ହାତରେ ଆଘାତ ଯୋଗୁ ଆଇପିଏଲ୍ ୨୦୨୧ ଅଧାରୁ ଓହରି ଯାଇଥିଲେ ।
ସମାନ ହାତରେ ଆଘାତ ଯୋଗୁଁ ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଥିଲେ ।
ଡିସେମ୍ବର ୨୦୨୧ରେ କୋଭିଡ୍ -୧୯ ପଜିଟିଭ୍ ହେବା କରଣରୁ ଦକ୍ଷିଣ ଆଫ୍ରିକା ଗସ୍ତରୁ ବଞ୍ଚିତ ହୋଇଥିଲେ |
ହାମଷ୍ଟ୍ରିଂ ଆଘାତ ପାଇଁ ୱେଷ୍ଟଇଣ୍ଡିଜ୍ ଘରୋଇ ସିରିଜ୍‌ରୁ ବାଦ୍‌ ପଡିଥିଲେ |
ସମାନ ହାମଷ୍ଟ୍ରିଂ ଆଘାତ ସହିତ ଶ୍ରୀଲଙ୍କା ସିରିଜ୍‌ରୁ ବଞ୍ଚିତ ରହିଥିଲେ |
ଆଙ୍ଗୁଠିରେ ଆଘାତ ହେବା କରଣରୁ ଆଇପିଏଲ୍ ୨୦୨୨ରେ ପାଞ୍ଚଟି ମ୍ୟାଚ୍ ଖେଲି ପାରିନଥି‌ଲେ |
ସମାନ ଆଙ୍ଗୁଠିରେ ଆଘାତ ସହ ଘରୋଇ ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ମଧ୍ୟ ବାଦ୍‌ ପଡିଥିଲେ |
ଏବେ କାନ୍ଧରେ ଆଘାତ ଲାଗି ଜିମ୍ବାୱେ ସିରିଜରୁ ବାଦ୍‌ ପଡିଛନ୍ତି |

ସମ୍ବନ୍ଧିତ ଖବର