ସେମି ଫାଇନାଲ୍‌ ମ୍ୟାଚ୍‌ ହାରିବା ପରେ ଅଧିନାୟକ ରୋହିତ ଶର୍ମା କାନ୍ଦୁଥିବା ବେଳର ଭିଡିଓ ଭାଇରାଲ୍‌

ଆଡିଲେଡ୍‌: ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ବିଶୃଙ୍ଖଳିତ ବୋଲିଂ ହିଁ ଭାରତକୁ ଆଡିଲେଡ୍‌ ହିଡ଼ ଅତିକ୍ରମ ହେବାକୁ ଦେଲା ନାହିଁ। ଭାରତର ଆଉ ଏକ ବିଶ୍ବକପ୍‌ ଅଭିଯାନ ମଧ୍ୟ ବିନା ଟ୍ରଫିରେ ଶେଷ ହୋଇଯାଇଛି। ଏପରିକି ଟ୍ରଫି ଟକ୍କର ପୂର୍ବରୁ ରୋହିତ ଶର୍ମାଙ୍କ ଦଳକୁ ଅଶ୍ରୁଳ ବିଦାୟ ‌ନେବାକୁ ପଡ଼ିଛି।

‌ଏପରିକି ମ୍ୟାଚ୍‌ରେ ହାରିଯିବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କାନ୍ଦୁଥିବା ବେଳର କିଛି ଫଟୋ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ଯାହାକୁ ଦେଖିବା ପରେ ରୋହିତଙ୍କ ପ୍ରଶଂସକମାନେ ଖୁବ୍ ଭାଙ୍ଗି ପଡ଼ିଛନ୍ତି।

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ରୋହିତ ମୁହଁ ଶୁଖାଇ ବସିଛନ୍ତି ଓ ପରେ ସେ ମୁହଁରେ ହାତ ଦେଇ କାନ୍ଦି ପକାଉଛନ୍ତି। ରୋହିତ ଭାବପ୍ରବଣ ହୋଇ ଉଠିଥିବା ବେଳେ ତାଙ୍କ ହେଡ୍‌‌ କୋଚ୍‌ ରାହୁଲ ଦ୍ରାବିଡ଼ ତାଙ୍କ ପିଠିରେ ହାତ ବାଡ଼େଇ ତାଙ୍କୁ ଶାନ୍ତ୍ବନା ଦେଉଥିବାର ଦେଖିବାକୁ ମିଳିଛି।

 

ଆଡିଲେଡ୍‌ରେ ଗୁରୁବାର‌ ଖେଳାଯାଇଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ୧୪୦ କୋଟିର ଦେଶ ଭାରତୀୟ ପ୍ରଶଂସକଙ୍କୁ ହୃଦୟ ବିଦାରକ ଫଳ ମିଳିଥିଲା। ଦିନିକିଆ ବିଶ୍ବକପ୍‌ ବିଜେତା ଇଂଲଣ୍ଡ ୧୦ ୱିକେଟ୍‌ରେ ଭାରତକୁ ଅତି ଶୋଚନୀୟ ଭାବେ ପରାସ୍ତ କରି ଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛି। ୧୯୯୨ ଦିନିକିଆ ବିଶ୍ବକପ୍‌ ଭଳି ଏଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ରେ ମଧ୍ୟ ଦୁଇ ସମାନ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ଓ ପାକିସ୍ତାନ ମୁକାବିଲା କରିବେ। ବୁଧବାର ପାକିସ୍ତାନ ୭ ୱିକେଟ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ଫାଇନାଲ୍ ପହଞ୍ଚିସାରିଛି। ରବିବାର ମେଲ୍‌ବର୍ଣ୍ଣ ପଡ଼ିଆରେ ଏହି ଗ୍ରାଣ୍ଡ୍ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର