ନୂଆଦିଲ୍ଲୀ: ଭାରତୀୟ କ୍ୟାପଟେନ୍ ରୋହିତ ଶର୍ମାଙ୍କ ଜର୍ସି ସଂଖ୍ୟା ୪୫। ସେ ଅଧିକାଂଶ ସମୟରେ ୪, ୬ ମାରୁଥିବାରୁ ସୋସିଆଲ୍ ମିଡିଆ ବ୍ୟବହାରକାରୀ କିଛି ଦିନ ହେବ ଚର୍ଚ୍ଚା କରୁଛନ୍ତି ଯେ ତାଙ୍କ ଜର୍ସି ନମ୍ବର ୪୬ ହେବା କଥା। ୨୦୨୩ ବିଶ୍ୱକପରେ ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ସଫଳତା ଚାରିଆଡ଼େ ପ୍ରଶଂସା ସାଉଁଟୁଛି।
ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରିନାହିଁ। ସମସ୍ତ ୧୦ଟି ମ୍ୟାଚ୍ ଜିତିବା ପରେ ଏବେ ଫାଇନାଲରେ ପହଞ୍ଚିଛି, ଯାହା ନଭେମ୍ବର ୧୯ରେ ଖେଳାଯିବ। ବିପକ୍ଷ ଦଳ ହେଉଛି ଅଷ୍ଟ୍ରେଲିଆ। ବର୍ତ୍ତମାନ ଅନେକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଗୋଟାଏ କ୍ଲିପ୍ରେ ଦେଖିବାକୁ ମିଳୁଛି ଯେ ପୂରା ଭାରତୀୟ ଦଳ ଏକ ବସ୍ରେ ବସି ଯାଉଛନ୍ତି। ଏଭଳି ପରିସ୍ଥିତିରେ କେହି ଜଣେ ତାଙ୍କ ଭିଡିଓ କରିବା ଆରମ୍ଭ କରି ଦେଉଛନ୍ତି। କ୍ୟାପଟେନ ରୋହିତ ତାଙ୍କୁ ଦେଖି କିଛି କହୁଛନ୍ତି। ତେବେ ସେ କ’ଣ କହୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆପଣ ବି ଅନୁମାନ କରନ୍ତୁ ରୋହିତ କ’ଣ କହୁଛନ୍ତି।
Never a dull moment with captain Marvellous
Rohit Sharma 😂😂😂😂
🎥- @RevSportzpic.twitter.com/Qa0pzurprm— रोहित जुगलान Rohit Juglan (@rohitjuglan) November 16, 2023
ଏହି ଭାଇରାଲ୍ କ୍ଲିପ୍ରେ ଆପଣ ଟିମ୍ ଇଣ୍ଡିଆ ବସ୍ରେ ଯାଉଥିବାର ଦେଖିପାରୁଥିବେ। ସର୍ବପ୍ରଥମେ, ତାଙ୍କ ଫୋନରେ ବ୍ୟସ୍ତ ଥିବା ବିରାଟ କୋହଲିଙ୍କୁ ଦେଖିବାକୁ ମିଳୁିଛି। ଏହା ପରେ ରୋହିତ ଶର୍ମା ଏବଂ ଶ୍ରେୟସ୍ ଆୟରଙ୍କ ଉପରେ କିଛି ସମୟ ପାଇଁ କ୍ୟାମେରା ପଡୁଥିବାର ଦେଖିବାକୁ ମିଳୁଛି। ସେତିକି ବେଳେ ରୋହିତ ଯାହା କହୁଛନ୍ତି ତାହାକୁ ଶୁଣି ଶ୍ରେୟସ୍ ହସିବା ଆରମ୍ଭ କରୁଛନ୍ତି।
ବର୍ତ୍ତମାନ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀ ମଧ୍ୟ ଏହାକୁ ଖୁବ୍ ଉପଭୋଗ କରୁଛନ୍ତି। ଏହି କ୍ଲିପ୍ ନଭେମ୍ବର ୧୬ ରେ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରାଯାଇଛି।