ନୂଆଦିଲ୍ଲୀ: ଗୁରୁବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବେ ହାଇଦ୍ରାବାଦ୍‌ରେ ଅଛି। ନିଜର ପୂର୍ବତନ କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କ ସହ ହାଇଦ୍ରାବାଦ୍‌ରେ ପହଞ୍ଚିଛି ଆର୍‌ସିବି ଟିମ୍‌।

Advertisment

କୋହଲିଙ୍କ ସମେତ ଆରସିବି ଟିମ୍‌ ସଦସ୍ୟମାନେ ସୋମବାର ରାତିରେ ହାଇଦ୍ରାବାଦରେ ପହଞ୍ଚି ମହମ୍ମଦ ସିରାଜଙ୍କ ନୂଆ ଘରକୁ ଯାଇଥିଲେ। ସେମାନଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଆଇପିଏଲରେ ଆରସିବି ପାଇଁ ଖେଳୁଥିବା ସିରାଜ ହାଇଦ୍ରାବାଦ୍‌ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍‌ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ।

ଆପଣ ଜାଣିଥିବେ ନିଶ୍ଚୟ ଯେ ୨୦୨୩ରେ ଆର୍‌ସିବିରେ ସବୁଠାରୁ ଅଧିକ ୱିକେଟ୍‌ ନେଇଛନ୍ତି ସିରାଜ। ତେବେ ସିରାଜ ବିରାଟଙ୍କୁ ନିଜ ଘରେ ପାଇ ବେଶ୍‌ ଉତ୍ସାହିତ ଅଛନ୍ତି।

ଉଲ୍ଳେଖଯୋଗ୍ୟ, ନିକଟ ଅତୀତରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା । କିନ୍ତୁ ସେ ସମୟରେ ଦଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଭର ପୂରଣ କରିପାରି ନଥିଲା । ଏହି କାରଣରୁ ବିରାଟ କୋହଲିଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଥିବା ବିରାଟଙ୍କୁ ମନ୍ଥର ଗତି ଯୋଗୁଁ ଥରେ ନୁହେଁ, ଦୁଇ ଥର ଜରିମାନା କରାଯାଇଥିଲା।