ବିଶ୍ୱକପ ୨୦୧୯ : ଆରମ୍ଭରୁ ପାକିସ୍ତାନର ଓ୍ଵିକେଟ ପତନ

ଟେଣ୍ଟ ବ୍ରିଜ : ନଟିଂହାମ (ବ୍ରିଟେନ) ର ଟେଣ୍ଟ ବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟ ୨୦୧୯ର ୨ୟ ମ୍ୟାଚରେ ଆଜି େଓ୍ଵଷ୍ଟ ଇଣ୍ଡିଜ ଦଳ ପାକିସ୍ତାନକୁ ଭେଟୁଛି । େଓ୍ଵଷ୍ଟ ଇଣ୍ଡିଜର ଅଧିନାୟକ ଜାସନ ହୋଲଡର ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ସର୍ବଶେଷ ଖବର ମିଳିବା ସୁଦ୍ଧା ୩ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୧୭ ରନ ସଂଗ୍ରହ କରିଛି । ଇମାମ-ଉଲ ହକ ମାତ୍ର ୨ ରନ କରି କଟ୍ରିଲଙ୍କ ବଲରେ ସାଇ ହୋପଙ୍କ ହାତରେ ଧରାପଡିଥିଲେ । ତେବେ ଅନ୍ୟତମ ଓପନର ଫକର ଆଜମ ୧୪ ରନ କରି ଅପରାଜିତ ଅଛନ୍ତି ।

ଗତକାଲି ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଘରୋଇ ଇଂଲାଣ୍ଡ ଦଳ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ କରିଥିଲା । ଇଂଲଣ୍ଡ ୩୧୨ ରନରେ ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଏହି ଆଫ୍ରିକା ଦଳ କେବଳ ୨୦୭ ରନ୍ରେ ଅଟକି ଯାଇଥିଲା ।

ସମ୍ବନ୍ଧିତ ଖବର