ବିଶ୍ୱକପ୍‌: କୋହଲି-କେଦାରଙ୍କ ଅର୍ଦ୍ଧଶତକ, ଆଫଗାନିସ୍ତାନକୁ ୨୨୫ ରନ୍‌ ବିଜୟ ଲକ୍ଷ ଦେଲା ଟିମ୍‌ ଇଣ୍ଡିଆ

ସାଉଥମ୍ପଟନ୍‌: ଅଧିନାୟକ ବିରାଟ କୋହଲି ଓ କେଦାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ଶନିବାର ଆଫଗାନିସ୍ତାନ ବିପକ୍ଷରେ ୨୨୪ ରନ୍‌ କରିଛି। ଭାରତର ଇନିଂସରେ କେଦାର ଯାଦବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କେଦାର ୬୮ଟି ବଲ ଖେଳି ୫୨ ରନ୍‌ କରିଥିଲେ। ସେ ଦୀର୍ଘ ସମୟ ଯାଏଁ କ୍ରିଜରେ ରହିଥିବାରୁ ଭାରତ ଯଦିଓ ବିଶାଳ ସ୍କୋର କରିପାରି ନାହିଁ, ତଥାପି ସମ୍ମାନଜନକ ସ୍କୋର କରିପାରିଛି।

ଆଇସିିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୨୮ତମ ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସାଉଥମ୍ପଟନ୍‌ସ୍ଥିତ ଦ ରୋଜ ବାଉଲ ଷ୍ଟାଡିୟମ୍‌ରେ ଭାରତ ଆରମ୍ଭରୁ ଧୀମା ଗତିରେ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୨୪ ରନ୍‌ କରିବା ପରେ ଆଫଗାନିସ୍ତାନକୁ ୨୨୫ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

ଟିମ୍‌ ଇଣ୍ଡିଆ ୭ ରନ୍‌ରେ ଓପରନର ରୋହିତ ଶର୍ମାଙ୍କୁ ହରାଇବା ପରେ ବିରାଟ କୋହଲି ବ୍ୟାଟିଂ କରିବା ପାଇଁ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ଆରମ୍ଭରୁ ଭାରତ ରୋହିତ ଶର୍ମା (୧ ରନ୍‌)ଙ୍କୁ ହରାଇ ଥିଲା। ମୁଜିବ ଉର୍‌ ରହମାନଙ୍କ ବଲରେ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ। ଟିମ୍‌ ୨ୟ ଓ୍ଵିକେଟ ଭାବେ ଲୋକେଶ ରାହୁଲଙ୍କୁ ହରାଇଥିଲା। ଲୋକେଶ ୫୩ଟି ବଲ ଖେଳି ଟିମ୍‌ ପାଇଁ ୩୦ ରନ୍‌ ଯୋଡ଼ିଥିଲେ। ସେ ଆଫଗାନିସ୍ତାନ ଅଧିନାୟକ ଗୁଲାବଦୀନ ନାବିଙ୍କ ବଲ ହଜରତୁଲ୍ଲାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ।

ଭାରତ ୧୨୨ ରନ୍‌ରେ ବିଜୟ ଶଙ୍କର, ୧୩୫ ରନ୍‌ରେ ବିରାଟ କୋହଲି, ୧୯୨ ରନ୍‌ରେ ମହେନ୍ଦ୍ର ସିଂହ ଧୋନି, ୨୧୨ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା, ୨୨୨ ରନ୍‌ରେ ମହମ୍ମଦ ସାମି ଓ ୨୨୩ ରନ୍‌ରେ କୁଲଦୀପ ଯାଦବଙ୍କୁ ହରାଇଥିଲା।

Hindustan Times

ଭାରତ ସ୍କୋରବୋର୍ଡ

ଲୋକେଶ ରାହୁଲ: କ-ହଜରତୁଲ୍ଲା-ବୋ-ନାବି, ୩୦ ରନ୍‌, ୫୩ ବଲ, ୨ ଚୌକା
ରୋହିତ ଶର୍ମା: ମୋ-ମୁଜିବୁର, ୧ ରନ୍‌, ୧୦ ବଲ
ବିରାଟ କୋହଲି: କ-ରସମତ-ବୋ-ନାବି, ୬୭ ରନ୍‌, ୬୩ ବଲ, ୫ ଚୌକା
ବିଜୟ ଶଙ୍କର: ଏଲବିଡବ୍ଲୁ-ବୋ-ରସମତ, ୨୯ ରନ୍‌, ୪୧ ବଲ, ୨ ଚୌକା
ମହେନ୍ଦ୍ର ସିଂହ ଧୋନି: ଷ୍ଟ-ଇକରମ-ବୋ-ରସିଦ, ୨୮ ରନ୍‌, ୫୨ ବଲ, ୩ ଚୌକା
କେଦାର ଯାଦବ: କ-ଜରଦାନ-ବୋ-ନାଇବ, ୫୨ ରନ୍‌, ୬୮ ବଲ, ୩ ଚୌକା, ୧ ଛକା
ହାର୍ଦ୍ଦିକ ପାଣ୍ଡ୍ୟା: କ-ଇକରାମ-ବୋ-ଅଫତାବ, ୭ ରନ୍‌, ୯ ବଲ
ମହମ୍ମଦ ସାମି: ବୋ-ନାଇବ, ୧ ରନ୍‌, ୨ ବଲ
କୁଲଦୀପ ଯାଦବ: ଅପରାଜିତ ୧ ରନ୍‌, ୧ ବଲ
ଯଶପ୍ରୀତ ବୁମରା: ଅପରାଜିତ ୧ ରନ୍‌, ୧ ବଲ
ଅତିରିକ୍ତ: ୭ ରନ୍‌ (ଓ୍ଵାଇଡ ୭)
ମୋଟ: ୨୨୪ ରନ୍‌ (୮ଓ୍ଵିକେଟ, ୫୦ ଓଭର)

ସମ୍ବନ୍ଧିତ ଖବର