ବିଶ୍ୱକପ: ଆଫଗାନିସ୍ତାନକୁ ୨୨୭ ରନ୍‌ରେ ଅଟକାଇଲା ପାକିସ୍ତାନ, ସାହିନ ଆଫ୍ରିଦୀଙ୍କୁ ୪ ଓ୍ଵିକେଟ୍‌

ଲିଡସ୍‌: ଆଇସିସି (ଆଇସିସି) ବିଶ୍ୱକପ୍‌ର ୩୬ତମ ମ୍ୟାଚ୍‌ରେ ଶନିବାର ଆଫଗାନିସ୍ତାନକୁ ପାକିସ୍ତାନ ୨୨୭ ରନ୍‌ରେ ଅଟକାଇଛି। ସାହିନ ଆଫ୍ରିଦୀ ୧୦ ଓଭର ବୋଲିଂ କରି ୪୭ ରନ୍‌ ଦେଇଛନ୍ତି। ଆଫ୍ରିଦୀ ଆଫଗାନିସ୍ତାନର ୪ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ଆଉଟ୍‌ କରିଛନ୍ତି। ଇମାଦ୍‌ ଓ୍ଵାସିମ୍‌ ଓ ବହାବ ରିୟାଜଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିବା ବେଳେ ସାଦବ ଖାନଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଛି। ଲିଡସ୍‌ରେ ଟସ୍‌ ଜିଣି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵକେଟ୍‌ ହରାଇ ୨୨୭ ରନ୍‌ କରିବା ପରେ ପାକିସ୍ତାନକୁ ୨୨୮ ରନ୍‌ ଟାର୍ଗେଟ ମିଳିଛି।

ଆଫଗାନିସ୍ତାନ ପାଇଁ ଅସଘର ଆଫଗାନ ଓ ନାଜିବୁଲ୍ଲା ଜରର୍ଦାନ ସର୍ବାଧିକ ୪୨-୪୨ ରନ କରିଥିଲେ। ଓପନର ରସମତ ଶାହା ୩୫ ରନ, ଅଧିନାୟକ ଗୁଲାବଦୀନ ନାଇବ ୧୫ ରନ, ଇକରମ ଅଲି ୨୪ ରନ, ମହମ୍ମଦ ନାବି ୧୬ ରନ , ସାମିଉଲ୍ଲା ସିନଓ୍ଵାରୀ ଅପରାଜିତ ୧୯ ରନ କରିଥିଲେ।

ଆଫଗାନିସ୍ତାନକୁ ୨୭ ରନ୍‌ରେ ପ୍ରଥମ ଓ ଦ୍ୱିତୀୟ ଝଟକା ଲାଗିଥିଲା। ସ୍କୋର ୫୭ ରନ୍‌ରେ ୩ୟ, ୧୨୧ ରନ୍‌ରେ ୪ର୍ଥ ଓ ୧୨୫ ରନ୍‌ରେ ୫ମ ଓ୍ଵିକେଟ ପଡ଼ିଥିଲା। ପାକିସ୍ତାନର ୬ଷ୍ଠ ଶିକାର ହୋଇଥିଲେ ମହମ୍ମଦ ନାବି। ସ୍କୋର ୨୦୨ ରନ୍‌ରେ ନାଜିବୁଲା, ୨୦୧ ରନ୍‌ରେ ରସିଦ ଖାନ ଓ ୨୦୧୯ ରନ୍‌ରେ ହମିଦ ହାସନ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର